ବାରବାଟୀ-ଟି-୨୦; ସମସ୍ତ ଦର୍ଶକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ
ବାରବାଟୀ-ଟି-୨୦; ସମସ୍ତ ଦର୍ଶକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ
ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗୁରୁବାର ହଠାତ୍ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ଏପରି ସମୟରେ କଟକରେ ୧୨ତାରିଖରେ କ୍ରିକେଟ୍ ମ୍ୟାଚ୍ ହେବ । ହଜାର ହଜାର ଦର୍ଶକ ଏକାଠି ହେବେ । ସେଠି ମଧ୍ୟ ସଂକ୍ରମଣ ବିପଦ ରହିଛି । ଏ ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ଚିଠି ଲେଖି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛି । ଯଦି ଏବେଠାରୁ ସ୍ୱାସ୍ଥ୍ୟ ବିଭାଗ ଢିଲାପଣ ଦେଖାଇବ, ତେବେ ରାଜ୍ୟ ପାଇଁ ସମସ୍ୟା ବଢ଼ିବାର ଆଶଙ୍କା ରହିଛି ।
ରାଜ୍ୟରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଅଛି । ୨ମାସ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ । ଗୁରୁବାର ରାଜ୍ୟରେ ୩୧ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୧ ସୁସ୍ଥ ହୋଇଛନ୍ତି । ୧୪ ଜିଲ୍ଲାରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଉତ୍ତର ଓଡ଼ିଶାରେ ମୋଟାମୋଟି ଭାବେ ଜିଲ୍ଲାଗୁଡ଼ିକ ସଂକମ୍ରଣ ମୁକ୍ତ ରହିଛି । ସେହିପରି ଦକ୍ଷିଣ ଓଡ଼ିଶାରେ ବି ସାମାନ୍ୟ ସ୍ଥିତି ରହିଛି । ଏହାବାଦ୍ ପୂର୍ବ ଓଡ଼ିଶାରେ ଖୋର୍ଦ୍ଧାରେ ସର୍ବାଧିକ ୩୬ ଓ କଟକରେ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ୪ ତଳେ ରହିଛି ।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସରକାର ସଜାଗ ଅଛନ୍ତି । ଏନ୍ଫୋର୍ସମେଣ୍ଟ୍ ଜରିଆରେ କଟକଣା ଜାରି କରିବା କଥା ସରକାର ନିଷ୍ପତ୍ତି ନେବେ । ଜନସାଧାରଣ କୋଭିଡ୍ ନିୟମ ପାଳନ କରନ୍ତୁ । ବାରବାଟୀ ମ୍ୟାଚ୍ରେ ସମସ୍ତ ଦର୍ଶକ ମାସ୍କ ପିନ୍ଧନ୍ତୁ ।
୪ ରାଜ୍ୟରେ କାୟାବିସ୍ତାର କଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସତର୍କବାଣୀ ଦେବା ହେଲାଣି ଛାତି ଧଡ଼ ଧଡ଼ । ଜନସାଧାରଣଙ୍କୁ ଡ଼ରାଇଲାଣି ସଂକ୍ରମଣ ଭୟ । କରୋନା କଟକଣାକୁ ଲୋକେ ପାଶୋରି ଗଲେଣି । ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କି ମାସ୍କ ଆଉ କେହି ପିନ୍ଧୁନାହାନ୍ତି । ଏଭଳି ସ୍ଥିତିରେ ସଂକ୍ରମଣକୁ ଆମନ୍ତ୍ରଣ କଲା ଭଳି ପରିସ୍ଥିତି ଉପୁଜିଛି ।




admin 