ବିଅର ଆଣିବ ତ୍ୱଚାରେ ଚମକ

ବିଅର ଆଣିବ ତ୍ୱଚାରେ ଚମକ

ବିଅର ଆଣିବ ତ୍ୱଚାରେ ଚମକ

ଭୁବନେଶ୍ୱର: ବିଅର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ କିମ୍ବା ଭଲ ନୁହେଁ ତାକୁ ନେଇ ଆମ ମନରେ ସବୁବେଳେ ପ୍ରଶ୍ନ। କିନ୍ତୁ ଏହାର ଅତ୍ୟଧିକ ମାତ୍ରା ପିଇବା ସବୁବେଳେ ଶରୀର ପାଇଁ ହାନିକାରକ ହୋଇଥାଏ। ବିଅର ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଚେହେରା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। କିନ୍ତୁ ଅନେକ ବିୟୁଟି ଏକ୍ସପର୍ଟ ବିଅର ପିଇବା ଯୋଗୁଁ ତ୍ୱଚାରେ ସୁନ୍ଦରତା ବଢିଥାଏ ବୋଲି ମତ ରଖିଛନ୍ତି। ଆସନ୍ତୁ ଜାଣିବା ବିଅର ପିଇଲେ କ’ଣ ହୋଇଥାଏ ଲାଭ..

– ଅଳ୍ପ ବିଅରରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇବା ପରେ ଶୁଖିଗଲେ କିଛି ସମୟ ପାଇଁ ଛାଡିଦିଅନ୍ତୁ। ଏପରି କଲେ ତ୍ୱଚାର ରଙ୍ଗ ଉଜ୍ୱଳ ହେବା ସହ ଡାର୍କ ସର୍କଲ ଦୂର ହୋଇଥାଏ।

– ଅଧା ଚାମଚ ଦହି, ୨ ଚାମଚ ବିଅର, ଜେତୁନ ତେଲ ଏବଂ ବାଦାମ ପେଷ୍ଟ ମିଶାଇ ମୁହଁରେ ମସାଜ କରନ୍ତୁ। ୫ ମିନିଟ ମସାଜ କରିବା ପରେ ଧୋଇଦିଅନ୍ତୁ। ଏପରି କଲେ ଚେହେରାରେ ଉଜ୍ୱଳତା ବଢିବା ସହିତ ଚମକ ବଢିଥାଏ।

– ଅଣ୍ଡାର ଧଳା ଅଂଶ ସହିତ ଅଧ ଚାମଚ ବିଅର ମିଶାଇ ମୁହଁରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତି। ଏପରେ ଭଲ ଭାବେ ମୁହଁ ଧୋଇଦିଅନ୍ତୁ। ଏପରି କଲେ ମଧ୍ୟ ତ୍ୱଚାରେ ଉଜ୍ୱଳତା ବୃଦ୍ଧି ପାଇବ।

– ତ୍ୱଚାରେ ଥିବା ଛିଦ୍ରରୁ ମଇଳା ସଫା କରିବାରେ ବିଅର ସାହାଯ୍ୟ କରିଥାଏ।  ବିଅରରେ ଥିବା ଇଷ୍ଟ ବ୍ରଣ ଏବଂ ମୁହଁର ଅନ୍ୟ ସମସ୍ୟା ଦୂର କରିଥାଏ।

– ଏହାଛଡା ବିଅର ଲଗାଇବା ଦ୍ୱାରା ସ୍କିନର ph ଲେବଲ ବାଲାନ୍ସ ରହିଥାଏ। ଫଳରେ ସଂକ୍ରମଣ ଏବଂ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।

– ବିଅର ଆଣ୍ଟିଆକ୍ସିଡାଣ୍ଟରେ ଭରପୂର ରହିଥାଏ। ଯାହା ଶରୀରରେ ଇମ୍ଫ୍ଲାମେସନକୁ ବଢାଇଥାଏ।

-ହାଡକୁ ମଜବୁତ କରେ ବିଅର।

-ବିଅରକୁ ପ୍ରତିଦିନ ସ୍କିନରେ ବ୍ୟବହାର କରିବା ଯୋଗୁଁ ସତେଜ ଏବଂ ଉଜ୍ୱଳ ତ୍ୱଚା ପାଇପାରିବେ।

-କେଶ ପାଇଁ ମଧ୍ୟ ବିଅର ବେଶ ଉପକାରୀ। କେଶରେ ବିଅରକୁ ବ୍ୟବହାର କରିବା ଦ୍ୱାରା ଫ୍ରିଜି ଚୁଟି ଏବଂ ରୁପି ସମସ୍ୟାରୁ ମୁକ୍ତି ମିଳେ ।

-ଆପଣ ଚାହିଁଲେ ବିଅରରେ ମାସ୍କ କରି ମୁହଁରେ ଲଗାଇପାରିବେ। ଏଥିପାଇଁ ବିଅରରେ ଅଳ୍ପ ଧଳାର ଅଂଶ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ୨୦ ମିନିଟ୍‌ ଲଗାଇ ରଖିବା ପରେ ଧୋଇଦିଅନ୍ତୁ।