ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାର ଅତିଥି

ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାର ଅତିଥି

ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାର ଅତିଥି
ଗାନ୍ଧିନଗର: କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ରାଜ୍ୟରେ ରାତି୍ରକାଳୀନ କର୍ଫୁ୍ୟ ଜାରି କରିଛନ୍ତି । କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ସରକାରୀ ଦଳ ବିଜେପିର ଜଣେ ନେତା ନିଜ ନାତୁଣୀର ନିର୍ବନ୍ଧରେ ହଜାର ହଜାର ଅତିଥିଙ୍କୁ ସାମିଲ କରି ବିବାଦରେ ଛନ୍ଦି ହୋଇଛନ୍ତି । ତାପି ଜିଲ୍ଲାର ଡୋସୱାଡା ଗାଁରେ ବିଜେପି ନେତା ଗାମିତ ତାଙ୍କ ନାତୁଣୀଙ୍କ ନିର୍ବନ୍ଧ ଓ ଭୋଜି ଆୟୋଜନ କରିଥିଳେ । ଏହି ଭୋଜିରେ ୬ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ସମସ୍ତେ ନାଚ ଗୀତରେ ମସଗୁଲ ଥିବା ବେଳେ କରୋନା ନିୟମାବଳୀକୁ ଭୁଲି ଯାଇଥିଲେ । ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସୁରଟ ପୁଲିସ ଆଇଜି ରାଜକୁମାର ପାଣ୍ଡିଆନ ସ୍ଥାନୀୟ ଏସପିଙ୍କୁ ମାମଲା ରୁଜୁ କରି ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । କର୍ତ୍ତବ୍ୟରେ ଅବହେଳା କରିଥିବା ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ନେତା କହିଛନ୍ତି ଯେ ହ୍ୱାଟସଆପ ଜରିଆରେଲୋକେ ନିର୍ବନ୍ଧ ସମ୍ପର୍କରେ ସୂଚନା ପାଇ ଆପେ ପହଞ୍ଚିଥିଲେ । କାହାକୁ ମନା କରି ହୋଇନଥିଲା ।