ବିଜେପି-ବିଜେଡି ବୁଝାମଣା: ଡି.ରାଜା

ବିଜେପି-ବିଜେଡି ବୁଝାମଣା: ଡି.ରାଜା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କ ଥିଲା । ଉଭୟଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିଲା । ଯାହା ଏବେ ପଦାକୁ ଆସିଛି । ଏହା କହିଛନ୍ତି ସିପିଆଇ ଜାତୀୟ ସମ୍ପାଦକ ଡି. ରାଜା । ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବଦିକ ସମ୍ମିଳନୀ ଡି ରାଜା ଏହା କହି ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିଜେପି କେନ୍ଦ୍ରରେ ଅଧିକ ସିଟ ଜିତିଥିବାରୁ କ୍ଷମତାର ଅପବ୍ୟବହାର କରୁଛି । ଇଡି ଓ ସିବିଆଇ ପରି ସଂସ୍ଥାକୁ ଉଦେ୍ଧଶ୍ୟମୂଳକଭାବେ ବିନିଯୋଗ କରୁଛି । ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କ ଥିଲା । ଏବେ ପଦାକୁ ଆସିଲା । ବିଜେଡି ଏବେ ଚାପ ଗ୍ରସ୍ତ । ବିଜେଡି ଚାପରେ ପଡ଼ି ବିଜେପିକୁ ସମର୍ଥନ କରୁଛି । ୱାନ ନେସନ, ୱାନ ଇଲେକ୍ସନ ଅସମ୍ଭବ । ଏହା ଅସାମ୍ବିଧାନିକ ବୋଲି ସିପିଆଇ ଜାତୀୟ ସମ୍ପାଦକ ଡି. ରାଜା କହିଛନ୍ତି ।