ବିଧାନସଭାରୁ ଜୟନାରାୟଣ, ବିଷ୍ଣୁ, ମୋହନ ସସପେଣ୍ଡ

ବିଧାନସଭାରୁ ଜୟନାରାୟଣ, ବିଷ୍ଣୁ, ମୋହନ ସସପେଣ୍ଡ

ବିଧାନସଭାରୁ ଜୟନାରାୟଣ, ବିଷ୍ଣୁ, ମୋହନ ସସପେଣ୍ଡ
ଭୁବନେଶ୍ୱର: ବାଚସ୍ପତିଙ୍କ ଉପରକୁ ଲକ୍ଷ୍ୟ କରି ଚପଲ, ଇୟରଫୋନ ଫିଙ୍ଗିବା ମହଙ୍ଗା ପଡିଛି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ମାଝୀ , ବିଷ୍ଣୁଚରଣ ସେଠୀଙ୍କୁ ସସପେଣ୍ଡ କରାଯାଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ବିଧାୟକମାନେ ଦାବି କରିଥିଲେ । ପରେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଶନିବାର ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଭଳି ଏକ ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି । ବିଧାନସଭାରେ ବିଜେପି ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଛନ୍ତି । ଖାଲି ସେତିକି ନୁହେଁ ଇୟର ଫୋନ ଓ କାଗଜ ମଧ୍ୟ ଫିଙ୍ଗିଛନ୍ତି । ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ଏକ ବୈଦୁ୍ୟତିକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି । କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ କହିଛନ୍ତି । ତେବେ ସେ ଚପଲ ଫିଙ୍ଗିନଥିବା ବିଷ୍ଣୁ ସେଠୀ କହିଛନ୍ତି । କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି ।