ବିଶ୍ୱ କର୍କଟ ଦିବସ

ବିଶ୍ୱ କର୍କଟ ଦିବସ

ବିଶ୍ୱ କର୍କଟ ଦିବସ
ପ୍ରତିବର୍ଷ ଫେବୃୟାରୀ ୪ ତାରିଖରେ ପାଳନ କରାଯାଉଛି ‘ବିଶ୍ୱ କର୍କଟ ଦିବସ’ । ୧୯୩୩ ରେ ଜେନିଭାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା । ସମ୍ପ୍ରତି ବାର୍ଷିକ ସାରା ବିଶ୍ୱରେ ଛଅସ୍ତରି ଲକ୍ଷ ଲୋକ, କର୍କଟକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ତନ୍ମଧ୍ୟରୁ ଚାଳିଶ ଲକ୍ଷଙ୍କ ପ୍ରାଣ ଅକାଳରେ ଯାଉଛି । ଚିକିତ୍ସା ବିଜ୍ଞାନର ବିକାଶ ସତ୍ତ୍ୱେ ୨୦୨୫ ବେଳକୁ କର୍କଟ ଜନିତ ଅକାଳ ମୃତ୍ୟୁ ସଂଖ୍ୟା ଷାଠିଏ ଲକ୍ଷ ଟପିଯିବ ବୋଲି ଆଶଙ୍କା କରାଯାଉଛି । ମଣିଷକୁ ଶହେ ପ୍ରକାରର କର୍କଟ ଆକ୍ରାନ୍ତ କରିପାରେ । ସୁରାପାନ, ଧୂମପାନ କରୁ ନଥିବା ଲୋକେ ପ୍ରତି ଦିନ ପୁଷ୍ଟିକର ଖାଦ୍ୟ ସହ ବ୍ୟାୟାମ କଲେ କର୍କଟର ଶିକାର ହେବାର ଆଶଙ୍କା ତିରିଶ ପ୍ରତିଶତ କମିପାରେ । ଦୈନିକ ବ୍ୟାୟାମ କରୁଥିବା ମହିଳା ସ୍ତନ କର୍କଟ ଭୋଗିବାର ଆଶଙ୍କା ପଚିଶ ପ୍ରତିଶତ କମ୍ । ଗଞ୍ଜେଇ ଓ ରେଡ ୱାଇନ କର୍କଟ ବିରୋଧୀ । ସିଗାରେଟ୍‌ରେ ଥିବା ଅଣସ୍ତରି ପ୍ରକାରର ରାସାୟନିକ କର୍କଟ ସୃଷ୍ଟିକାରୀ । ଅଧିକ ମଲଟିଭିଟାମିନ ଔଷଧ ଖାଇଲେ କର୍କଟ ଆଶଙ୍କା ବଢ଼େ । ଅଧିକ ବିମାନ ଯାତ୍ରା କରୁଥିବା ଲୋକ ଚର୍ମ କର୍କଟ ଭୋଗିବାର ଆଶଙ୍କା ଅଧିକ । ନବେରୁ ପଞ୍ଚାନବେ ପ୍ରତିଶତ କର୍କଟ ପାଇଁ ପରିବେଶ ଦାୟୀ । ଦଶ ପ୍ରତିଶତ ଜିନ୍ କାରଣରୁ ହୋଇଥାଏ ।