ବ୍ୟବଧାନ ଅବଧି ପରେ କୋଭିସିଲଡ ଟିକା ପାଇଁ ସାନି ଗାଇଡଲାଇନ ଜାରି
ବ୍ୟବଧାନ ଅବଧି ପରେ କୋଭିସିଲଡ ଟିକା ପାଇଁ ସାନି ଗାଇଡଲାଇନ ଜାରି
admin
May 14, 2021 - 07:57
Updated: May 14, 2021 - 07:57
ନୂଆଦିଲ୍ଲୀ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଏବେ ସାରା ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବ୍ୟବଧାନ ଅବଧି ପରେ କୋଭିସିଲଡ ଟିକା ପାଇଁ ସାନି ଗାଇଡଲାଇନ ଜାରି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଗାଇଡଲାଇନ ନେଇ ଚିଠି କରାଯାଇଛି । ତେବେ କ’ଣ ରହିଛି ଉକ୍ତ ଗାଇଡଲାଇନରେ ଆସନ୍ତୁ ଜାଣିବା:
୧- ପ୍ରଥମ ଡୋଜ ନେବା ଅନୁ୍ୟନ ୮୪ ଦିନ ହୋଇନଥିଲେ ୨ୟ ଡୋଜ ମନା
୨- ୮୪ ଦିନ ପୂର୍ବରୁ ୨ୟ ଡୋଜ ପାଇଁ ଅନଲାଇନ/ସାଇଟ ବୁକିଂ ହୋଇପାରିବନି
୩- ୨ୟ ଡୋଜ ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ ବାତିଲ କରିବନି କୋୱିନ
୪- ଏଭଳି କ୍ଷେତ୍ରରେ ପୁଣି ଥରେ ନିଜ ତରଫରୁ ବୁକିଂ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
୫- ଜଣେ ବ୍ୟକ୍ତି ପୂର୍ବ ବୁକିଂ ଅନୁଯାୟୀ ୮୪ ଦିନ ପୂର୍ବରୁ ନେବାକୁ ଚାହିଁଲେ ନେବେ
ନୂଆ ନିୟମ ଅନୁସାରେ ଏବେ ୨ୟ ଡୋଜ ନେବାକୁ ଆଉ ଭିଡ଼ ହେବନି । ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜକୁ ଅଗ୍ରାଧିକାରୀ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।
ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଦ୍ବିତୀୟ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ପାନ ଟିକା ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ବିତୀୟ ପାନ ଟିକା ନେଇପାରିବେ। ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ନେବାର ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ କୋଭିସିଲ୍ଡ ଟିକା ଦିଆଯିବ। ଏହି ବ୍ୟବଧାନ ବଢ଼ିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ବିଶେଷଜ୍ଞ କମିଟି ଆଧାରରେ ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ବ୍ୟବଧାନ ବଢ଼ିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଅପରପକ୍ଷରେ କୋଭାକ୍ସିନ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ଟିକା ମଧ୍ୟରେ ବ୍ୟବଧାନ ଅପରିବର୍ତ୍ତିତ ରହିଛି। ପୂର୍ବ ଭଳି ପ୍ରଥମ ପାନ ନେବାର ୨୮ ଦିନ ପରେ କୋଭାକ୍ସିନର ଦ୍ୱିତୀୟ ପାନ ଟିକା ନେଇ ହେବ ବୋଲି ସୂଚନା ଦିଆଯାଇଛି। ସେହିଭଳି ଏନ୍ଟିଏଜିଆଇ ସୁପାରିଶ ଅନୁସାରେ ଗର୍ଭବତୀ ମହିଳାମାନେ ସେମାନଙ୍କର ଟିକା ବାଛି ପାରିବେ ଏବଂ ସ୍ତନ୍ୟପାନ କରାଇବାକୁଥିବା ମହିଳାମାନେ ପ୍ରସବ ପରେ ଏହି ଟିକା ନେବାକୁ ଯୋଗ୍ୟ ହେବେ ବୋଲି ଜଣାପଡ଼ିଛି।