ବ୍ୟାଙ୍କ ଋଣ ଠକେଇ : ୟୁପି ବିଧାୟକଙ୍କ ନାମରେ ମାମଲା

ବ୍ୟାଙ୍କ ଋଣ ଠକେଇ : ୟୁପି ବିଧାୟକଙ୍କ ନାମରେ ମାମଲା

ବ୍ୟାଙ୍କ ଋଣ ଠକେଇ : ୟୁପି ବିଧାୟକଙ୍କ ନାମରେ ମାମଲା
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଜନୈକ ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ନାମରେ ବ୍ୟାଙ୍କ ଠକେଇର ମାମଲା ଦାୟର କରାଯାଇଛି । ବିଏସପି ବିଧାୟକ ବିନୟ ଶଙ୍କର ତିୱାରୀ ଏବଂ ରୀତା ତିୱାରୀଙ୍କ ନାମରେ ସିବିଆଇ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ସିବିଆଇ ପକ୍ଷରୁ ସୋମବାର ପ୍ରକାଶିତ ସୂଚନା ଅନୁଯାୟୀ ତିୱାରୀ ଦମ୍ପତ୍ତି ଏକ ନକଲି କମ୍ପାନୀ ନାମରେ ବ୍ୟାଙ୍କରୁ ଋଣ ନେଇଥିଲେ । ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ ନାମକ କମ୍ପାନୀ ଜରିଆରେ ୭୫୪.୨୫ କୋଟିର ଋଣ ଆଣିଥିଲେ ବିଧାୟକ । ଏହି ଠକେଇ ମାମଲାରେ ତିୱାରୀଙ୍କ ୪ଟି ଘର ଉପରେ ଚଢାଉ କରାଯାଇଛି । ଲକ୍ଷ୍ନୌ, ଗୋରଖପୁର, ନୋଇଡା ସମେତ ଚିଲ୍ଲାପୁରରେ ମଧ୍ୟ ଚଢାଉ କରାଯାଇଛି । କମ୍ପାନୀ ଋଣକୁ ଅଲଗା ଯାଗାରେ ଖର୍ଚ୍ଚ କରାଯାଇଥିବା ବେଳେ କମ୍ପାନୀକୁ ଦେବାଳିଆ ଘୋଷଣା କରି ଏଥିରୁ ଖସିଯିବାକୁ ଚେଷ୍ଟା କରିଥିଲେ ତିୱାରୀ । ତେବେ ଶେଷରେ ସିବିଆଇ ଜାଲରେ ଫସି ଯାଇଛନ୍ତି ବିଏସପି ବିଧାୟକ ତିୱାରୀ ।