ବଢ଼ିବ କାର୍‌ ମୂଲ୍ୟ, ଜାଣନ୍ତୁ କାରଣ

ବଢ଼ିବ କାର୍‌ ମୂଲ୍ୟ, ଜାଣନ୍ତୁ କାରଣ

ବଢ଼ିବ କାର୍‌ ମୂଲ୍ୟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କାର୍‌ର ମୂଲ୍ୟ ବଢ଼ିବ। କାର ତିଆରି କରିବାରେ ବ୍ୟବହୃତ ହେଉଥିବା କଞ୍ଚାମାଲ୍ ଦାମ୍ ନିୟମିତ ଭାବେ ବୃଦ୍ଧି ପାଉଥିବାରୁ ମୂଲ୍ୟ ବଢ଼ାଇବା ଉପରେ କଂପାନିଗୁଡ଼ିକ ବିଚାର କରୁଛନ୍ତି । ଚଳିତ ବର୍ଷ ତିନି ଥର କାର୍ ଦାମ୍ ବୃଦ୍ଧି ପାଇଛି । ଚତୁର୍ଥ ଥର ଦରବୃଦ୍ଧି କରିବା ଲାଗି କଂପାନିଗୁଡ଼ିକ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । 

୨୦୨୨ ଜାନୁଆରିରେ ଦରବୃଦ୍ଧି ବିଷୟରେ ସେମାନେ ଆନୁଷ୍ଠାନିକ ଘୋଷଣା କରିବେ ବୋଲି କୁହାଯାଉଛି । ଏମଜି ମୋଟର ଇଣ୍ଡିଆ, ଭଲଭୋ ଆଇସର କମର୍ସିଆଲ୍ ଭେଇକିଲ୍ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବରିଷ୍ଠ ଅଧିକାରୀ ଦରବୃଦ୍ଧିର ସମ୍ଭାବନା ଥିବା କହିଛନ୍ତି । ୨୦୨୧ର ଜାନୁଆରି, ଜୁନ୍ ଓ ସେପ୍ଟ୍ଟେମ୍ବରରେ ମାରୁତି ସୁଜୁକି ଏହାର କାର୍ ଦାମ୍ ବଢ଼ାଇଥିଲା । କାର୍ ଶିଳ୍ପ ଏବେ ଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି । ସେମି କଣ୍ଡକ୍ଟର ଅଭାବ ଗାଡ଼ି ତିଆରି କାର୍ୟ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଛି ।