ଭାରତର ପ୍ରଥମ ଡିଏନ୍ଏ ଟିକା ‘ଜାଇକୋଭ୍ ଡି’
ଭାରତର ପ୍ରଥମ ଡିଏନ୍ଏ ଟିକା ‘ଜାଇକୋଭ୍ ଡି’
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଶୌଲିଠାରେ ଅବସ୍ଥିତ ସେଣ୍ଟ୍ରାଲ ଡଗ୍ସ ଲାବରୋଟୋରି (ସିଡିଏଲ) ତରଫରୁ ଭାରତର ପ୍ରଥମ ଡିଏନଏ ଟିକା ‘ଜାଇକୋଭ ଡି’କୁ ବ୍ୟବହାର ପାଇଁ ଉପଲବ୍ଧି ହୋଇଛି । ଏହି ଟିକାର ତିନିଟି ଡୋଜ ନେବାକୁ ହେବ-ପ୍ରଥମ ଡୋଜ ନେବା ପରେ ୨୮ ଦିନରେ ଦ୍ୱିତୀୟ ଡୋଜ ଏବଂ ତାର ୨୮ ଦିନ ଅର୍ଥାତ ପ୍ରଥମ ଡୋଜ ନେବାର ୫୬ ଦିନରେ ତୃତୀୟ ଡୋଜ ନେବାକୁ ହେବ । ପ୍ରତ୍ୟେକ ଡୋଜକୁ ଦୁଇ ହାତରେ ଇଞ୍ଜେକ୍ଟର ମାଧ୍ୟମରେ ନେବାକୁ ହେବ । ସମ୍ପୂର୍ଣ୍ଣ ଟିକାକରଣ ପାଇଁ ୬ଟି ଡୋଜ ନେବାକୁ ହେବ । ବିନା ଛୁଞ୍ଚି ଓ ସିରିଂଜରେ ଏହି ଟିକା ଦିଆଯିବ ଏବଂ କୌଣସି ପୀଡ଼ା ହେବ ନାହିଁ । ସୂଚନା ଯୋଗ୍ୟ ଏହି ଟିକାକୁ ସିଡିଏଲ, କଶୌଲି ଦ୍ୱାରା ପରୀକ୍ଷା ପରେ ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇଛି ।




admin 