ଭିଜିଲାନ୍ସ ଜାଲରେ ଆଉ ଜଣେ ପିଇଓ

ଭିଜିଲାନ୍ସ ଜାଲରେ ଆଉ ଜଣେ ପିଇଓ

ଭିଜିଲାନ୍ସ ଜାଲରେ ଆଉ ଜଣେ ପିଇଓ
ବଲାଙ୍ଗୀର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ପୁଇଁନ୍ତଲା ପଂଚାୟତର ନିର୍ବାହୀ ଅଧିକାରୀ (ଇଓ) ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ପିଇଓ ଶ୍ରୀ ବାରିକଙ୍କ ବଲାଙ୍ଗୀର ଶାନ୍ତିପଡ଼ା ଘର ଏବଂ ପୁଇଁନ୍ତଲା ଅଫିସରେ ଏକକାଳୀନ ଚଢ଼ଉ ଜାରି ରହିଛି । ଏହି ଚଢ଼ଉରେ ବଲାଙ୍ଗୀର, ସମ୍ୱଲପୁର, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲ୍ଲାର ଭିଜିଲାନସ ଟିମ ସାମିଲ ହୋଇଛନ୍ତି । ପିଇଓ ବାରିକଙ୍କ ଦୁଇ ମହଲା କୋଠା, ଜମିବାଡ଼ି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ତନାଘନା ଜାରି ରହିଛି ।