ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଏସଡିଏମଓ

ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଏସଡିଏମଓ

ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଏସଡିଏମଓ
ରେଢାଖୋଲ: ଦୁର୍ନୀତିକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି । ଏପରିକି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଉଛନ୍ତି । ଏହା ପରେ ବି ଅଧିକାଂଶ ସରକାରୀ ଚେତୁ ନାହାନ୍ତି । ଲାଞ୍ଚ ନେବାକୁ ଆଦୌ ଡରୁନାହାନ୍ତି । ଏହାରି ଭିତରେ ଆଜି ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ । ଅସ୍ତ୍ରେ୍ରାପଚାର ପାଇଁ ଲାଞ୍ଚ ନେଇ ଶ୍ରୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଶ୍ରୀ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅସ୍ତ୍ରେ୍ରାପଚାର ପାଇଁ ୫୫୦୦ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ପୂର୍ବ ଯୋଜନା ମୁତାବକ ଶ୍ରୀ ସାହୁ ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କୁ ତାଙ୍କୁ ଗିରଫ କରିଥିଲେ ।