ମଙ୍କିପକ୍ସ: ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କଲା ‘ହୁ’
ମଙ୍କିପକ୍ସ: ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କଲା ‘ହୁ’
ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସକୁ ‘ପବ୍ଲିକ ହେଲ୍ଥ ଇମରଜେନ୍ସି’ (ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି) ଘୋଷଣା କରାଯାଇଛି। ଶନିବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଅଧାନମ୍ ଘେବ୍ରେସସ୍ ଏହି ଘୋଷଣା କରି କହିଛନ୍ତି ଯେ ମଙ୍କିପକ୍ସ ସଂକ୍ରମଣ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ଘୋଷଣା କରାଯାଇଛି। ଏଥିସହ ମଙ୍କିପକ୍ସ ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ନିବେଦନ କରାଯାଇଛି। ସମ୍ପ୍ରତି ଭାରତର କେରଳରେ ତିନିଟି ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ଦେଶକୁ ଏହା ବ୍ୟାପୀ ସାରିଛି ଓ ୧୬ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫ଜଣଙ୍କର ମୃତ୍ୟୁ ଘଟିଛି।




admin 