ମମତା-ପ୍ରିୟଙ୍କା ମଧ୍ୟରେ ଲଢ଼େଇ

ମମତା-ପ୍ରିୟଙ୍କା ମଧ୍ୟରେ ଲଢ଼େଇ

ମମତା-ପ୍ରିୟଙ୍କା ମଧ୍ୟରେ ଲଢ଼େଇ

କୋଲକାତା: ପଶ୍ଚିମବଙ୍ଗ ଭବାନିପୁର ବିଧାନସଭା ଆସନା ଉପନିର୍ବାଚନ ଆସନ୍ତା ସେପ୍ଟେମ୍ବର ୩୦ରେ ହେବ। ଉପନିର୍ବାଚନ ଲାଗି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପକ୍ଷରୁ ପ୍ରିୟଙ୍କା ତିବ୍ରେୱାଲଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି । ଫଳରେ ଏଠାରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ମୁକାବିଲା ହେବ । ପ୍ରିୟଙ୍କା ପେସାରେ ଜଣେ ଆଇନଜୀବୀ । ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ । ଏଠାରେ କଂଗ୍ରେସ ପ୍ରାର୍ଥୀ ହେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛି । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଏଠାରୁ ନିର୍ବାଚନ ଜିତିବାକୁ ପଡ଼ିବ । ଗତ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ। ସେହିଭଳି ବିଜେପି ପକ୍ଷରୁ ପଶ୍ଚିମବଙ୍ଗର ଅନ୍ୟତମ ବିଧାନସଭା ଆସନ ଶମସେରଗଞ୍ଜରୁ ମିଲନ ଘୋଷ ଓ ଜଙ୍ଗିପୁରରୁ ସୁଜିତ ଦାସଙ୍କୁ ପ୍ରାର୍ଥୀ କରାଯାଇଛି ।