ମହାନଦୀରେ ବୁଡ଼ି ବାପା, ଝିଅ, ପୁଅ ମୃତ
ମହାନଦୀରେ ବୁଡ଼ି ବାପା, ଝିଅ, ପୁଅ ମୃତ
ସମ୍ବଲପୁର: ସମ୍ବଲପୁର ଦଳେଇପଡ଼ା ମହାନଦୀ ଘାଟଷର ବୁଡ଼ି ଗୋଟିଏ ପରିବାରର ବାପ-ପୁଅ ଓ ଝିଅ ବୁଡ଼ି ଯାଇଛି। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟାରେ ବାପା ମହମ୍ମଦ ଅଲତାଫ ଓ ପୁଅ ମହମ୍ମଦ ଅଫତାବଙ୍କ ମୃତଦେହ ମିଳିଥିଲା। ପରେ ସକାଳେ ନିଖୋଜ ଥିବା ୧୩ ବର୍ଷର ନାବାଳିକା ରୁକ୍ସାନା ପରୱିନଙ୍କ ମୃତଦେହ ମିଳିଥିଲା। ଆଜି ସ୍କୁବା ଡ୍ରାଇଭରଙ୍କ ଦ୍ବାରା ଦ୍ବିତୀୟ ପର୍ୟ୍ୟାୟ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଗଭୀର ପାଣିରୁ ଝିଅକୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସମ୍ବଲପୁର ଦଳେଇପଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ ବାପ ପୁଅ ଓ ଝିଅ । ତେବେ ଅଚାନକ ଝିଅ ରୁକସାନା ଗାଧୋଇବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲତାଫ, ପୁଅ ମହମ୍ମଦ ଅଫତାଫ୍ ମଧ୍ୟ ମହାନଦୀରେ ଭାସି ଯାଇଥିଲେ। ବାପ ଓ ପୁଅଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଝିଅ ନିଖୋଜ ଥିଲା। ଆଜି ଦ୍ବିତୀୟ ପର୍ୟ୍ୟାୟ ସର୍ଚ୍ଚ ଅପରେସନ କରାଯାଇ ଝିଅର ମୃତଦେହ ଉଦ୍ଧାର କରାଯାଇଛି ।




admin 