ମହାରାଷ୍ଟ୍ର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା
ମହାରାଷ୍ଟ୍ର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା
admin
Apr 21, 2021 - 16:46
Updated: Apr 21, 2021 - 16:46
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଆଜି ଦେଶରୁ ୨ ଲକ୍ଷ ୯୫ ହଜାର ୦୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନାର ଯେଉଁ ଭୟଙ୍କର ରୂପ ଦେଖିବାକୁ ମିଳିଛି ଏଥିପାଇଁ ସାଧାରଣ ଲୋକ(ଅମାନିଆ) ଯେତେ ଦାୟୀ , ସରକାର ମଧ୍ୟ ସେହି ପରିମାଣରେ ଦାୟୀ । ପ୍ରଥମ ଲହର କରୋନା ପ୍ରକୋପ କମିବା ପରେ ଲୋକଙ୍କ ମଧ୍ୟରେ ଢିଲା ପଣ ଦେଖିବାକୁ ମିଳିଲା । ଫଳରେ ଧୀରେ ଧରେ କରୋନା ବଢିବାକୁ ଲାଗିଲା । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଏହାରି ଭିତରରେ ଆସିଲା ବଡ ଖବର । ତାହା ହେଲା ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୮ ଟାରୁ ଲକଡାଉନ ଲାଗିବ । ଆସନ୍ତାକାଲି ଠାରୁ ମେ' ୧ ତାରିଖ ଯାଏଁ ଲକଡାଉନ ବଳବତ୍ତର ରହିବ । ଆଗରୁ ମଧ୍ୟ ଅନେକ ଜିଲ୍ଲାରେ ରାତି୍ରକାଳୀନ କର୍ଫୁ୍ୟ ଘୋଷଣା କରିଥିଲେ ।