ମହିଳା ସାମ୍ବାଦିକ ସ୍ୱାତୀ ଜେନା ଉପରେ ଆକ୍ରମଣ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ମହିଳା ସାମ୍ବାଦିକ ସ୍ୱାତୀ ଜେନା ଉପରେ ଆକ୍ରମଣ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ମହିଳା ସାମ୍ବାଦିକ ସ୍ୱାତୀ ଜେନା ଉପରେ ଆକ୍ରମଣ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି)- ଡ଼ିସେମ୍ବର ୨୮ ଶନିବାର ରାଜଧାନୀ ଭୂବନେଶ୍ୱରସ୍ଥିତ ଏସପ୍ଲାନେଡ଼ ସପିଙ୍ଗ ମଲରେ ଅର୍ଗୁସ୍ ଖବର ପ୍ରସାରଣ ସଂସ୍ଥାର ମହିଳା ସାମ୍ବାଦିକା ସ୍ୱାତୀ ଜେନା ତାଙ୍କର ସହଯୋଗି କ୍ୟାମେରା ମ୍ୟାନଙ୍କୁ ସାଥୀରେ ଧରି ବେଆଇନ ପାର୍କିଂ ଫି ଆଦାୟ ହେଉଥିବା ଖବର ସଂଗ୍ରହ କରୁଥିବା ବେଳେ ସପିଙ୍ଗ ମଲର ସିକୁ୍ୟରିଟି ଗାଡର଼୍ ଏବଂ ଅନ୍ୟ କର୍ମଚାରୀମାନେ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ ଘଟଣା ଓ ସେମାନଙ୍କ ପ୍ରତି ଅଶାଳୀନ ଆଚରଣକୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ଜିଲ୍ଲାପ୍ରତିନିଧିମାନେ ଦୃଢ଼ ନିନ୍ଦା କରିବା ସଂଗେସଂଗେ ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ସହିତ ଉକ୍ତ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଥିଲେ । ସେହିପରି ଓଡ଼ିଶାରେ ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ, ମିଥ୍ୟା ମାମଲା ରୁଜୁ, ହତ୍ୟା, ହତ୍ୟାର ଧମକ ଆଦି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ ପ୍ରତି ବିପଦ ମାଡ଼ି ଆସିଛି । ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିମାନେ ନିଜକୁ ସୁରକ୍ଷିତ ମନେକରୁ ନାହାନ୍ତି । ତେଣୁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଥିବାରୁ ସେମାନଙ୍କ ସୁରକ୍ଷା ନିମନ୍ତେ କଠୋର ଆଇନ ପ୍ରଣୟନ କରାଯିବା ନିମନ୍ତେ ଦାବି କରିଛନ୍ତି । ଏହାପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଆବାସିକ କାର୍ଯ୍ୟାଳୟରେ ପହଁଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ପିଜି ସେଲ ଅଧ୍ୟକ୍ଷ ସୁଜୟ କୁମାର ପତିଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ମୟୂରଭଞ୍ଜ ପ୍ରେସ କ୍ଲବର ସଭାପତି ବିଭୂଦତ୍ତ ଦାସ, ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ମାନିକଲାଲ ପାଣି, ସୁକାନ୍ତ ସାହୁ, ରାଜକିଶୋର ଦାଶ, ଅକ୍ଷୟ ଅଗ୍ରୱାଲା, ଅସୀତ କୁମାର ଗିରି, ସୌମ୍ୟରଞ୍ଜନ ପଟ୍ଟନାୟକ, ଦୀପକ କୁମାର ନାୟକ, ରାମଚନ୍ଦ୍ର ଦାସ, ସୁକାନ୍ତ ଜୀଉ, ରଞ୍ଜନ କୁମାର ଦାଶ, ସଂଜୀବ କୁମାର ରଣଜିତ, ସୁବ୍ରତ ଦାସ, ଆଶିଷ କୁମାର ଦେ, ପ୍ରଭାସ ସାହୁ, କାହ୍ନୁ ଚରଣ ଶତପଥୀ, ରାଜ ଗୁପ୍ତା, ବିଜୁ ସିଂ, ବିଶ୍ୱଜିତ ଭୂୟାଁ, ସଞ୍ଜୟ ବାରିକ, ପ୍ରଦୀପ୍ତ ହୋତା, ଲକୀ ଜେନା ପ୍ରମୁଖଙ୍କ ସମେତ ଫଟୋ ସାମ୍ବାଦିକ ଲଳିତ ବାରିକ, ହରେକୃଷ୍ଣ ପାତ୍ର ଆଦି ଉପସ୍ଥିତ ରହିଥିଲେ ।