ମାଓ କ୍ୟାମ୍ପ ଉପରେ ବୋମା ମାଡ

ମାଓ କ୍ୟାମ୍ପ ଉପରେ ବୋମା ମାଡ

ମାଓ କ୍ୟାମ୍ପ ଉପରେ ବୋମା ମାଡ
ଭୁବନେଶ୍ୱର : ଛତିଶଗଡରେ ମାଓ ଶିବିର ଉପରକୁ ଡ୍ରୋନରେ ବୋମା ମାଡ କରାଯାଇଛି । ଡ୍ରୋନ୍ ଯୋଗେ ବୋମା ମାଡ କରାଯାଇଥିବା ମାଓବାଦୀ ମାନେ ଦାବି କରିଛନ୍ତି । ଏନେଇ ପ୍ରେସ ରିଲିଜ୍ ଓ ଫଟୋ ଜରିଆରେ ମାଓ ସଂଗଠନ ଦାବି କରିଥିବା ସୂଚନା ମିଳିଛି । ଗତ ୧୯ ତାରିଖ ଦିନ ବିଜାପୁର ଜିଲ୍ଲା ପାମେଡ ଥାନା ଅଂଚଳରେ ବୋମା ମାଡ କରାଯାଇଥିବା ଜଣା ପହିଛି । ବୋତାଲକା ଏବଂ ପଲାଗୁଡେମ ଅଂଚଳରେ ବୋମା ମାଡ ହୋଇଥିବା ଦାବି କରିଛି ମାଓ ସଂଗଠନ । ବୋମା ମାଡରେ ମାଓବାଦୀଙ୍କ କିଛି କ୍ଷତି ହୋଇନଥିବା ବୋଲି କହିଛନ୍ତି । ଆକାଶରେ ହେଲିକପ୍ଟର ଓ ଡ୍ରୋନ ଦେଖି ସୁରକ୍ଷିତ ସ୍ଥାନକୁ ପଳାଇଥିବା କହିଛନ୍ତି । ତେବେ ବୋମା ମାଡରେ କିଛି ଗଛ, ବନ୍ୟଜନ୍ତୁ କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛନ୍ତି ।