ମାଟ୍ରିକ ଫଳ ପାଟିତୁଣ୍ଡ ଯୋଗୁଁ ନଦୀକୁ ଡେ଼ଇଁଲେ ଛାତ୍ରୀ

ମାଟ୍ରିକ ଫଳ ପାଟିତୁଣ୍ଡ ଯୋଗୁଁ ନଦୀକୁ ଡେ଼ଇଁଲେ ଛାତ୍ରୀ


କୁଆଖିଆ: ମାଟି୍ରକ ଫଳକୁ ନେଇ ଘରେ ପାଟିତୁଣ୍ଡ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଜଣେ ଛାତ୍ରୀ ନଦୀକୁ ଡେ଼ଇଁ ପଡ଼ିଥିବା ଜଣାପଡ଼ିଛି । ସ୍ଥାନୀୟ ମସô୍ୟଜୀବୀ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ଛତ୍ରୀଙ୍କୁ ଠାବ କରାଯାଇନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଯୋକଡ଼ିଆ ବ୍ରିଟିଶ ସେତୁ ନିକଟରେ । 

କୁଆଖିଆ ଥାନା ବାଉଁଶଅଣ୍ଟା ଗ୍ରାମର ବିଜୟ ପାଇକରାୟଙ୍କ ଝିଅ ତିଳୋତ୍ତମା(୧୬) ଯାଜପୁରରୋଡ଼ ଥାନା ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମସ୍ଥିତ ମାମୁଁ ପ୍ରଶାନ୍ତ ଦେହୁରୀଙ୍କ ଘରେ ରହି ପଢ଼ୁଥିଲେ । ଚଳିତ ବର୍ଷ ତିଳୋତ୍ତମା ମାଟି୍ରକ ପରୀକ୍ଷା ଦେଇଥିବା ବେଳେ ୨୯୮ ମାର୍କ ରଖି ପାସ କରିଛନ୍ତି ।

ମାଟ୍ରିକ ଫଳକୁ ନେଇ ମଙ୍ଗଳବାର ରାତିରେ ପରିବାର ଲୋକଙ୍କ ସହ ତିଳୋତ୍ତମାଙ୍କର ପାଟିତୁଣ୍ଡ ହୋଇଥିଲା । ଆଜି ସକାଳେ ତିଳୋତ୍ତମା ଟୁଥପେଷ୍ଟ କିଣିବାକୁ କହି ସାଇକେଲ ଧରି ଆସି ଆଉ ଘରକୁ ଫେରିନଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ତିଳୋତ୍ତମା ଯୋକଡ଼ିଆ ଛକରେ ଥିବା ଏକ ଜଳଖିଆ ଦୋକାନରୁ ଖାଇଥିଲେ । ପରେ ବି୍ରଟିଶ ପୋଲ ନିକଟରେ ସାଇକେଲ ଓ ଚପଲ ରଖି ନଦୀଗର୍ଭକୁ ଡେ଼ଇଁ ପଡ଼ିଥିଲେ ।