ମା’ ଓ ସ୍ତ୍ରୀକୁ ହତ୍ୟା କଲା ଦୁର୍ବୃତ୍ତ

ମା’ ଓ ସ୍ତ୍ରୀକୁ ହତ୍ୟା କଲା ଦୁର୍ବୃତ୍ତ

ମା’ ଓ ସ୍ତ୍ରୀକୁ ହତ୍ୟା କଲା ଦୁର୍ବୃତ୍ତ


ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡାରେ ପାରିବାରିକ କଳହରୁ ଶାଶୂ ଓ ବୋହୂକୁ ହତ୍ୟା  କରାଯାଇଛି । ମୃତକମାନେ ହେଲେ ଝିମ ଖଡ଼ିଆ (୮୦)  ,ସାଏବାନୀ ଖଡ଼ିଆ( ୫୮)   ।  ଶାଶୂ ଝିମଙ୍କୁ ନିଶାଶକ୍ତ ବୋହୂ ସାଏବାନୀ ପଥରରେ ଛେଚି ହତ୍ୟା କରିଥିଲେ । ଏହା ଦେଖି ସ୍ବାମୀ କୁଥଲୁ ଖଡିଆ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ।   ମା’ଙ୍କୁ ହତ୍ୟା କରିଥିବାରୁ ପତ୍ନୀଙ୍କୁ ସେହି ପଥରରେ ଛେଚି କୁଥୁଲ ହତ୍ୟା କରିଥିଲା।

 ସ୍ବାମୀ  ଓ ସ୍ତ୍ରୀ ପଂଚାୟତ ଅଫିସକୁ ଚାଉଳ ନେବାକୁ ଯାଇ ଫେରିବା ବାଟରେ ମଦ୍ୟ ପାନ କରିଥିଲେ । ଘରକୁ ଫେରିବା ପରେ ଶାଶୁ ବୋହୂ ମଧ୍ୟରେ ଗଣ୍ଡଗୋଳ ହୋଇ ଏଭଳି କାଣ୍ଡ ଘଟିଥିଲା ।