ମିଜାଇଲ ଟେଷ୍ଟ କରିପାରେ ପାକିସ୍ତାନ

ମିଜାଇଲ ଟେଷ୍ଟ କରିପାରେ ପାକିସ୍ତାନ

ମିଜାଇଲ ଟେଷ୍ଟ କରିପାରେ ପାକିସ୍ତାନ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ହଡ଼ବଡେ଼ଇ ଯାଇଛି ପାକିସ୍ତାନ । ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ପକ୍ଷରୁ ବହୁ ଅଯୌକ୍ତିକର ନିଷ୍ପତ୍ତି ନିଆଯାଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ପାକିସ୍ତାନ ବର୍ତ୍ତମାନ କୌଣସି ଏକ ଅତ୍ୟାଧୁନିକ ମିଜାଇଲ ଟେଷ୍ଟ କରିପାରେ ବୋଲି ଜଣାଯାଇଛି । କରାଚି ନିକଟ ସୋନମିଆନି ମିଜାଇଲ ଟେଷ୍ଟ ଷ୍ଟେସନରୁ ଏହି ମିଜାଇଲ ଟେଷ୍ଟ ହୋଇପାରେ । ମିଜାଇଲ ଟେଷ୍ଟ କରିବା ନେଇ ପାକିସ୍ତାନ ନୋଟିସ ଜାରି କରିଛି । ଏପରିକି ପାକିସ୍ତାନ ଏନେଇ ଉଭୟ ଏୟାରମ୍ୟାନ ଓ ନାଭାଲକୁ ସତର୍କ ସୂଚନା ଜାରି କରିଛି ।