ମିହିର ଦାସ ଅସୁସ୍ଥ
ମିହିର ଦାସ ଅସୁସ୍ଥ
ଭୁବନେଶ୍ୱର: ଓଡ଼ିଆ ଅଭିନୟ ଜଗତର ମହାନ କଳାକାର ମହିର ଦାସ ଅସୁସ୍ଥ। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେ ଏମିତି ଏକ କଳାକାର ଯେକୌଣସି ଚରିତ୍ରରେ ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରପାରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି। ସେ ଏବେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସେ ଅନେକ ଓଡିଶାବାସୀଙ୍କ ହୃଦୟ ଜିଣିଛନ୍ତି। ୩ବର୍ଷ ହେଲାଣି କିଡ୍ନୀ ଜନିତ ସମସ୍ୟାରେ ପୀଡିତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା ।




admin 