ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗୁରୁବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି। ସିବିଆଇର ପାଞ୍ଚ ଜଣିଆ ଟିମ୍‍ ବିବନକୁ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଗାଡ଼ିରେ ପ୍ରଥମେ କ୍ୟାପିଟାଲ୍‍ ହସ୍ପିଟାଲକୁ ନେଇଥିଲେ। ସେଠାରେ ବିବନର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହାପରେ ସିଧାସଳଖ ତାକୁ ସିବିଆଇ କାର୍ୟ୍ୟାଳୟକୁ ନିଆଯାଇଛି। ସେଠାରେ ତାକୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥିବା ସୂଚନା ମିଳିଛି। ୨ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ସିବିଆଇ ସମ୍ମୁଖରେ ୨୨ ବର୍ଷ ତଳର ସେହି ଜଘନ୍ୟ କାଣ୍ଡର ସତ ଓଗାଳିବ ବିବନ୍‍। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସିବିଆଇ ଜେରା ଆରମ୍ଭ କରିଥିବା ଜଣାପଡ଼ିଛି।