ମୁଖ୍ୟ ବିଚାରପତି ଦାୟିତ୍ୱରେ ଜଷ୍ଟିସ୍ ସଞ୍ଜୁ ପଣ୍ଡା

ମୁଖ୍ୟ ବିଚାରପତି ଦାୟିତ୍ୱରେ ଜଷ୍ଟିସ୍ ସଞ୍ଜୁ ପଣ୍ଡା

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ରହିବେ । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଜାନୁଆରି ୫ ତାରିଖରୁ ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୧୯୫୯, ଜୁଲାଇ ୧୦ରେ ଜନ୍ମିତ ଜଷ୍ଟିସ ପଣ୍ଡା ୨୦୦୭, ମାର୍ଚ୍ଚ ୧ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ସେ ୧୯୮୫ରେ ଓକିଲ ଭାବେ ଲାଇସେନ୍ସ ହାସଲ କରିବା ପରେ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରଥିଲେ । ଦୀର୍ଘ ୨୧ ବର୍ଷର ଓକିଲାତି ପରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।