ମେଣ୍ଟରେ ଯୋଗ ଦେବାକୁ ବସପାକୁ ଆମନ୍ତ୍ରଣ କଲେ ଅଖିଳେଶ
ମେଣ୍ଟରେ ଯୋଗ ଦେବାକୁ ବସପାକୁ ଆମନ୍ତ୍ରଣ କଲେ ଅଖିଳେଶ
ମିରଟ୍ : ସପା (ସମାଜବାଦୀ ପାର୍ଟି) ମୁଖ୍ୟ ଅଖିଳେଶ ଯାଦବ ସପା-ଆର୍ଏଲ୍ଡି ମେଣ୍ଟରେ ଯୋଗ ଦେବାପାଇଁ ମାୟାବତୀଙ୍କ ବସପା (ବହୁଜନ ସମାଜ ପାର୍ଟି)କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଅଖିଳେଶ ବୁଲନ୍ଦସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବା ସମୟରେ ମାୟାବତୀଙ୍କୁ ତାଙ୍କ ମେଣ୍ଟରେ ଯୋଗ ଦେବାପାଇଁ ଆମନ୍ତ୍ରଣ କରିଛନ୍ତି। ମାୟାବତୀ ଏବଂ ତାଙ୍କ ପ୍ରଚାର ସଂକ୍ରାନ୍ତରେ ଅଖିଳେଶଙ୍କୁ ପ୍ରଶ୍ନ କରାଯିବା ବେଳେ ଅଖିଳେଶ କହିଥିଲେ, ଆମେମାନେ ସମସ୍ତେ ଭିନ୍ନ ରଙ୍ଗର ବ୍ୟକ୍ତି। ଆମେ ଲାଲ୍, ସବୁଜ ଏବଂ ଧଳା ଅଛୁ। ଆମେ ମଧ୍ୟ ନୀଳ (ବସପା)କୁ ଆମ ସହ ଯୋଗ ଦେବାକୁ ଅନୁରୋଧ କରୁଛୁ। ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ମାୟାବତୀଙ୍କୁ ସପା-ଆରଏଲ୍ଡି ମେଣ୍ଟରେ ସାମିଲ ହେବାପାଇଁ ଅନୁରୋଧ କରିଛନ୍ତି। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଅଖିଳେଶଙ୍କ ଅନୁରୋଧ ମାୟାବତୀଙ୍କୁ ସପା-ଆର୍ଏଲ୍ଡି ମେଣ୍ଟରେ ଯୋଗ ଦେବାପାଇଁ ଏକ ଖୋଲା ଆହ୍ବାନ। କିନ୍ତୁ ସପା ନେତାମାନେ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଏବଂ ମାୟାବତୀ ହାତ ମିଳାଇଥିଲେ। ଅନ୍ୟପକ୍ଷେ ଅଖିଳେଶ କହିଛନ୍ତି, ଚଳିତ ନିର୍ବାଚନରେ ଏକତା ବନାମ ବିଜେପି ମଧ୍ୟରେ ଲଢ଼େଇ ହେବ। ସପା ବିଜେପିଠାରୁ ଐତିହାସିକ ବିଜୟ ହାସଲ କରିବ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରାଖଣ୍ଡ ପଠାଇବ ବୋଲି ଅଖିଳେଶ କହିଛନ୍ତି।




admin 