ମୋଦୀଙ୍କୁ ଭେଟିବେ ପୱାର
ମୋଦୀଙ୍କୁ ଭେଟିବେ ପୱାର
admin
Nov 20, 2019 - 10:10
Updated: Nov 20, 2019 - 10:10
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ, ଏନସିପି ଏବଂ ଶିବସେନା ମଧ୍ୟରେ ମନ୍ଥନ ଚାଲିଥିଲାବେଳେ ଶରଦ ପୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ରାଜ୍ୟରେ କୃଷକମାନଙ୍କ ସମସ୍ୟାକୁ ନେଇ ପୱାର ମୋଦୀଙ୍କ ସହିତ ଆଲୋଚନା କରିବେ। ଦଳର ନେତା ନବାବ ମଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମଲିକ କହିଛନ୍ତି, ଶରଦ ପୱାର ଦ୍ବିପ୍ରହରରେ ପ୍ରଧାନମନ୍ତ୍ରୀଙ୍କୁ ସଂସଦ ଭବନରେ ଭେଟିବେ। ରାଜ୍ୟରେ କୃଷକମାନଙ୍କୁ ସହାୟତା ଦେବା ଲାଗି ଦାବି କରିବେ। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ସୋମବାର ଏ ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଆମେ କୃଷକଙ୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିବେ। ଶରଦ ପୱାରଙ୍କ ନେତୃତ୍ଵରେ ଆମେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବୁ। ସେ ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ଲାଗି ପୱାରଙ୍କୁ ଅନୁରୋଧ କରିଥିଲେ। ମହାରାଷ୍ଟ୍ରର ସମସ୍ତ ସାଂସଦ ମୋଦୀଙ୍କୁ ଭେଟିବେ ଏବଂ ଚାଷୀମାନଙ୍କୁ କେନ୍ଦ୍ର ସରକାର କିପରି ଅଧିକରୁ ଅଧିକ ସହାୟତା ପ୍ରଦାନ କରିବେ ସେନେଇ ପ୍ରୟାସ କରିବେ।