ରାଉରକେଲାରେ ବିଜେଡ଼ି ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ଦିଲୀପ ରାୟ
ରାଉରକେଲାରେ ବିଜେଡ଼ି ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ଦିଲୀପ ରାୟ
admin
Apr 9, 2019 - 05:36
Updated: Apr 9, 2019 - 05:36
ରାଉରକେଲା : ରାଉରକେଲାରେ ବିଜୁ ଜନତା ଦଳ ଲାଗି କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦିଲୀପ ରାୟ । ଏକ ବିଶେଷ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି ।
ନିକଟରେ ସେ ରାଉରକେଲାରେ ପହଁଚି ଏବେ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ଗଣମାଧ୍ୟମକୁ କହିଥିବା ବେଳେ ନିଜ ସମର୍ଥକ ମାନଙ୍କ ସହିତ କରିଥିବା ମିଟିଂରେ ସେ କହିଛନ୍ତି ଯେ, ଜିତିବା ଲାଗି ଯାଉଥିବା ଦଳକୁ ସହଯୋଗ କରାଯିବ । ତା’ପରେ ବିଜେଡିର ପ୍ରମୁଖ ନେତା ମାନେ ତାଙ୍କ ପାଖରେ ପହଁଚି ନିର୍ବାଚନରେ ସହଯୋଗ ମାଗିବା ଦେଖାଯାଇଥିଲା । ଏପରିକି ଖୋଦ ପୂର୍ବତନ ବିଧାୟକ ସାରଦା ନାୟକ, ସୁବ୍ରତ ତରାଇଙ୍କ ସମେତ ବହୁ ନେତାଙ୍କର ସମାଗମ ସେଠାରେ ହୋଇଥିବା ଦେଖାଯାଇଥିଲା । ଠିକ୍ ୨ଦିନ ପରେ ପୂର୍ବତନ କାଉନସିଲର ତଥା ଦିଲୀପ ରାୟଙ୍କ ନିକଟତର କୁହାଯାଉଥିବା ବୁଲୁ ମହାନ୍ତି ତାଙ୍କର ପ୍ରାୟ ୨ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଓ ସେମାନଙ୍କୁ ବିଜେଡି ନେତା ସାରଦା ପ୍ରସାଦ ନାୟକ ସ୍ୱାଗତ କରିବା ଦେଖାଯାଇଛି । ସେହି ଭଳି ଏବେ ଧିରେ ଧିରେ ଦିଲୀପଙ୍କ ସମର୍ଥକ ମାନେ ବିଜେଡି ମୁହାଁ ହେବା ଓ ଦିଲୀପ ତାଙ୍କ ଗସ୍ତ କାଳରେ ପ୍ରତିଶୃତି ଦେଇ କଥା ରଖିନଥିବା ଦଳକୁ ଭୋଟ ନଦେବା ଲାଗି ଆହ୍ୱାନ ଦେବା ଏକ ପ୍ରକାର ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ଦିଲୀପ ବିଜେଡିର କ୍ଷେତ୍ର ପ୍ରସ୍ତୁତ କରୁଥିବା ସୁଚାଉଛି ବୋଲି କୁହାଯାଉଛି । ନିକଟରେ ସେ ନବୀନଙ୍କୁ ଦେଖା କରି ଫେରିବା ପରେ ଆଶା କରାଯାଉଥିଲା ନବୀନ ଦିଲୀପଙ୍କ ବିଷୟରେ କିଛି ଘୋଷଣା କରିବେ । ହେଲେ ତାହା ତ ହେଲାନି ଦିଲୀପ ରାଉରକେଲା ଆସି ବିଜେଡ଼ି ପ୍ରତି ତାଙ୍କର ପରୋକ୍ଷରେ ସମର୍ଥନ ଜଣାଇବା ଏହା ସୁଚାଉଥିବା କୁହାଯାଉଛି । ଅନ୍ୟପକ୍ଷରେ ତାଙ୍କୁ ବୋଧେ ବିଜେଡିରେ ପ୍ରବେଶ ପୂର୍ବରୁ ଆଗ କିଛି କରିକି ଦେଖାଅ ତାପରେ ଦେଖାଯିବ ବୋଲି କୁହାଯାଇଥାଇପାରେ ବୋଲି ଆଲୋଚନା ଚାଲିଛି । ଏପରିକି ନିର୍ବାଚନରେ ବିଜେଡି ପ୍ରାର୍ଥି ମାନେ କିଭଳି ଜିତିବେ ସୁନ୍ଦରଗଡ ଜିଲ୍ଲାରେ ସେ ଦାୟିତ୍ୱ ମଧ୍ୟ ଦିଲିପଙ୍କୁ ଦିଆଯାଇଥାଇପାରେ ବୋଲି ଆଲୋଚନା ଚାଲିଛି । ତେବେ ତାଙ୍କ ପାଖରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।