ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ

ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ

ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ
ଭୁବନେଶ୍ବର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜଭବନରେ ପଶିଲା କରୋନା । ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ମହାମାରୀର ପ୍ରଥମ ଲହରବେଳେ ଗତବର୍ଷ ଡିସେମ୍ବରରେ ରାଜଭବନରେ କିଛି ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ। ପୁନଶ୍ଚ ଦ୍ବିତୀୟ ଲହରରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହ ସେହିପରି ରାଜଭବନରେ କାର୍ୟ୍ୟରତ କେତେ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।