ରାଜ୍ୟରେ କରୋନା ସ୍ଥିତି ଭୟଙ୍କର : ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଲା
ରାଜ୍ୟରେ କରୋନା ସ୍ଥିତି ଭୟଙ୍କର : ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଲା
admin
Apr 22, 2021 - 03:58
Updated: Apr 22, 2021 - 03:58
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଦିନକରେ ୬୧୬୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୬୧୬୪ ମଧ୍ୟରୁ କ୍ୱାରେଂଟିନରୁ ୩୫୭୫, ଲୋକାଲ କେସରୁ ୨୫୮୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୧୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୪୨୭, କଳାହାଣ୍ଡି-୪୫୨ , କଟକ-୩୬୦, ନୂଆପଡା -୪୫୯, ସମ୍ବଲପୁର-୨୨୯, ଝାରସୁଗୁଡା-୩୫୫ , ପୁରୀ-୨୮୬, ବରଗଡ-୨୩୬, ବାଲେଶ୍ୱର-୭୮ , ବଲାଙ୍ଗିର-୨୨୬ , ନବରଙ୍ଗପୁର-୨୦୭ , ଷ୍ଟେଟପୁଲ-୨୪୧, ଗଞ୍ଜାମ-୧୩୫, ମୟୂରଭଞ୍ଜ-୧୩୬, କେନ୍ଦୁଝର-୨୦୫, ଅନୁଗୁଳ-୧୩୬, ଯାଜପୁର-୧୫୪, ଜଗତସିଂହପୁର-୬୩, ଗଜପତି-୫୫, ରାୟଗଡା-୧୦୫, କେନ୍ଦ୍ରାପଡା-୪୮, ଭଦ୍ରକ-୭୧, ଦେବଗଡ-୩୧, କନ୍ଧମାଳ-୨୩, ନୟାଗଡ-୯୯, ମାଲକାନଗିରି-୧୬ , ସୁବର୍ଣ୍ଣପୁର-୯୯, ଢେଙ୍କାନାଳ-୧୭ , ବୌଦ୍ଧ-୩୮ ଓ କୋରାପୁଟ-୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୭୯ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୫ ହଜାର ୦୭୫ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୫୧ ହଜାର ୩୮୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।