ରାଜ୍ୟରେ ବନ୍ଦ ହେଲା ସମସ୍ତ କୋଭିଡ୍‌ ହସ୍ପିଟାଲ୍

ରାଜ୍ୟରେ ବନ୍ଦ ହେଲା ସମସ୍ତ କୋଭିଡ୍‌ ହସ୍ପିଟାଲ୍

ରାଜ୍ୟରେ ବନ୍ଦ ହେଲା ସମସ୍ତ କୋଭିଡ୍‌ ହସ୍ପିଟାଲ୍

ଭୁବନେଶ୍ୱର: ରାଜ୍ୟର ସମସ୍ତ କୋଭିଡ୍‌ ହସ୍ପିଟାଲ୍‌କୁ ରାଜ୍ୟ ସରକାର ମାର୍ଚ୍ଚ ୧ରୁ ସମସ୍ତ କୋଭିଡ୍ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଟେକନିକାଲ କମିଟିର ସୁପାରିସ ଓ ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି । ରାଜ୍ୟର ସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସାକୁ ମାର୍ଚ୍ଚ ୧ରୁ ବନ୍ଦ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମକୁ ଏଥିରୁ ଦୂରେଇ ରଖାଯାଇଛି । ଭୁବନେଶ୍ୱର ମହାନଗରରେ କେତେ କୋଭିଡ୍ ବେଡ୍ ରହିବ ତା’ର ବାସ୍ତବ ସ୍ଥିତିକୁ ଆକଳନ କରି ସମ୍ପୃକ୍ତ ମହାନଗରର କମିସନର ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ପତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ଗତ ସପ୍ତାହରେ ସମସ୍ତ ଜିଲ୍ଲାପାଳ, ସବୁ ମହାନଗର ନିଗମର କମିାନର, ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ, ଭୀମସାର ଓ ଆଚାର୍ୟ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକଙ୍କୁ ଚିଠି ଳେଖି କୋଭିଡର ତୃତୀୟ ଲହରୀ ପାଇଁ ଜିଲ୍ଲାଗୁଡ଼ିକରେ ସକ୍ରିୟ କରାଯାଇଥିବା ଘରୋଇ କୋଭିଡ୍ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ ବେଡ୍ ସଂଖ୍ୟା ହ୍ରାସ/ସମ୍ପୂର୍ଣ୍ଣ ବନ୍ଦ ପାଇଁ ପରାମର୍ଶ ଦେଇଛନ୍ତି 

କେତେକ ହସ୍ପିଟାଲରେ ରୋଗୀମାନେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସମ୍ପୃକ୍ତ ହସ୍ପିଟାଲଗୁଡ଼ିକ ସେହି ରୋଗୀମାନେ ଡିସଚାର୍ଜ ହେବା ପର୍ୟ୍ୟନ୍ତ ଚିକିତ୍ସା ଜାରି ରଖିବେ ଓ ଚିକିତ୍ସା ବିଲ୍ ସରକାର ଯୋଗାଇ ଦେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ସେହିପରି ବିଏମସି ଅଂଚଳ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମର କମିଶନର ସର୍ବନିମ୍ନ ବେଡ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବାସ୍ତବ ଆକଳନ ଅନୁସାରେ କୋଭିଡ୍ ବେଡ୍ ସଂଖ୍ୟା ସ୍ଥିର କରିପାରିବେ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଆଧାରରେ ଗତ ସପ୍ତାହରେ ବିଏମସି କର୍ତ୍ତୃପକ୍ଷ ଭୁବନେଶ୍ୱରର କେବଳ ୨ଟି ଘରୋଇ ହସ୍ପିଟାଲକୁ ଛାଡ଼ି ସମସ୍ତ ହସ୍ପିଟାଲରେ ସରକାରୀ ଖର୍ଚ୍ଚରେ କୋଭିଡ୍ ଚିକିତ୍ସା ସେବାକୁ ବନ୍ଦ କରିଛନ୍ତି । କେବଳ ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲରେ ୩୦ଟି ବେଡ୍ କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କରିଛନ୍ତି ।