ରାଜ୍ୟ କଂଗ୍ରେସ ଭବନରେ ପଡିଲା ତାଲା ।
ରାଜ୍ୟ କଂଗ୍ରେସ ଭବନରେ ପଡିଲା ତାଲା ।
admin
Jun 23, 2020 - 07:19
Updated: Jun 23, 2020 - 07:19
କଂଗ୍ରେସ ଭବନରେ ତୁମୁଳ କାଣ୍ଡ । ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହା ସହିତ ଖଣ୍ଡା ଓ ତଲୱାର ବୁଲିଛି । ରାଜ୍ୟ କଂଗ୍ରେସ ଭବନରେ ପଡିଲା ତାଲା । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରି କଂଗ୍ରେସ ଭବନରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଯୁବକର୍ମୀ । ସ୍ମୃତି ରଞ୍ଜନ ଲେଙ୍କା କାର୍ୟ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲେ । କିଛି ଯୁବକ ଆହତ ମଧ୍ୟ ହୋଇଛନ୍ତି । ଫଳରେ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି ।