ରାଜ୍ୟ ସରକାରଙ୍କ ଡବଲ ପଲିସକୁ କଂଗ୍ରେସ ଓ ବିଜେପିର ସମାଲୋଚନା
ରାଜ୍ୟ ସରକାରଙ୍କ ଡବଲ ପଲିସକୁ କଂଗ୍ରେସ ଓ ବିଜେପିର ସମାଲୋଚନା
admin
Dec 31, 2019 - 09:43
Updated: Dec 31, 2019 - 09:43
ଭୁବନେଶ୍ଵର - ନୂଆବର୍ଷରେ ରାତି ୧ଟା ଯାଏଁ ମଦ ଦୋକାନ ଖୋଲା ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ବିଶେଷକରି ଭୁବନେଶ୍ଵର, କଟକ ଏବଂ ପୁରୀରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
ଅନ୍ୟପଟେ କଂଗ୍ରେସ ଏହାକୁ ରାଜ୍ୟ ସରକାରଙ୍କ ଡବଲ ପଲିସି ବୋଲି କହିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଏପଟେ ମଦ ପିଇ ଗାଡ଼ି ଚଳାଇଲେ ଜାମିନ ନାହିଁ। ସେପେଟ ମଦ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମଦ୍ୟପାନ ଜନିତ ଦୁର୍ଘଟଣା ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି।
ରାଜସ୍ୱ ଅଭାବରୁ ରାଜ୍ୟ ସରକାର ଏଭଳି ଭୁଲ ନିଷ୍ପତ୍ତି ନେଇଛନ୍ତି ବୋଲି ସାଲୁଜା କହିଛନ୍ତି। ଅନ୍ୟପଟେ ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଆଗରେ ଧାରଣା ଦିଆଯାଇଥିଲା। ଅନଶନ ସ୍ଥଳରୁ ଛାତ୍ରନେତାଙ୍କୁ ପୁଲିସ ଉଠାଇ ନେଇଥିଲା।