ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି

ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି

ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି
ଭୁବନେଶ୍ୱର:ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଏନଏଚରେ ସିସିଟିଭି ଲାଗିବ । ଏନେଇ ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ପ୍ରତି ୪ରୁ ୫ କିଲୋମିଟର ଭିତରେ ସିସିଟିଭି ଲାଗିବ ବୋଲି ସବୁ ବ୍ୟବସ୍ଥା ସରିଯାଇଛି । ସିସିଟିଭି ଲାଗିବ ବୋଲି ମଧ୍ୟ ଟେଣ୍ଡର ସରିଛି । ଏନଏଚରେ ସିସିଟିଭି ଲାଗିବା ଦ୍ୱାରା ଦ୍ରୁତ ଗତି, ନକଲି ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ । ପବ୍ଲିକ ସର୍ଭିସ ଯାନରେ ଜିପିଏସ ବାଧ୍ୟତାମୂଳକ ନିୟମ ରହିଛି । ନିୟମ କଡାକଡି କରିବାକୁ ଭେଇକିଲ ଲୋକେସନ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ । ଗାଡିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଦଜର ରଖାଯିବ । ଏଥିପାଇଁ ୧୫ କୋଟି ଖର୍ଚ୍ଚ ହେବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।