ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ବିକ୍ଷୋଭ
ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ବିକ୍ଷୋଭ
admin
Nov 21, 2019 - 05:47
Updated: Nov 21, 2019 - 05:47
ବରଗଡ଼ : ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ବସ୍ତା ରଖି ଚାଷୀ ଗୁରୁବାର ଗୋଡ଼ଭଗା ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବରଗଡ଼ – ସମ୍ବଲପୁର ମୁଖ୍ୟ ରାସ୍ତାରେ ମଧ୍ୟରେ ଗମନାମଗନ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପଟେ ବହୁ ଯାନବାହନ ଅଟକି ରହିଛି। ଶହ ଶହ ସଂଖ୍ୟାରେ ଚାଷୀ ଏକଜୁଟ ହୋଇଛନ୍ତି। ଡ଼ିଆଇଜି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ପରେ ଚାଷୀମାନେ ଆଜି ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି।
ସୂଚନାନୁଯାୟୀ, ଗତକାଲି ବିଳମ୍ଵିତ ରାତ୍ରୀରେ ଅତାବିରାରେ ଚାଷୀଙ୍କ ସହ ଡିଆଇଜିଙ୍କ ବୈଠକ ବସିଥିଲା। ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ସହ ଚାଷୀ ଆଲୋଚନା କରିଥିଲେ। କିନ୍ତୁ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ସେହି ସମୟରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡିଆଇଜିଙ୍କ ଅନୁରୋଧକୁ ଚାଷୀମାନେ ପ୍ରତ୍ୟାଖାନ କରିଦେଇଥିଲେ। ପୂର୍ବରୁ ମଧ୍ୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ ଟୋକନ ବ୍ୟବସ୍ଥାକୁ ବିରୋଧ କରିବାକୁ ଯାଇ ସ୍ଥାନୀୟ ୪ ଜଣ ବିଧାୟକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଧାନବସ୍ତା ଗଦାଇ ଥିଲେ।