ରେଡ୍ କାର୍ପେଟ୍, ଧଳା ଶାଢ଼ି, ଦୀପିକା
ରେଡ୍ କାର୍ପେଟ୍, ଧଳା ଶାଢ଼ି, ଦୀପିକା
ମୁମ୍ବାଇ: ରେଡ୍ କାର୍ପେଟ୍, ଧଳା ଶାଢ଼ିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନ୍। ବେକରେ ମୋତି ମାଳି। ରେଡ୍ କାର୍ପେଟ୍ରେ ରୟାଲ ଲୁକ୍ରେ ନଜର ଆସିଥିଲେ ମସ୍ତାନୀ ପାଦୁକନ୍। କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ସମସ୍ତଙ୍କ ଏମିତି ଘାଇଲା କରିଛନ୍ତି ଦୀପିକା। ତାଙ୍କ ଲୁକ୍, ତାଙ୍କ ଷ୍ଟାଇଲ୍ ଓ ତାଙ୍କ ଚାଲି କଲା ସମସ୍ତଙ୍କୁ ଘାଇଲା କରିଛି।
କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଦୀପିକାଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଏଥିରେ ସେ ରୟାଲ୍ ଲୁକ୍ରେ ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଙ୍ଗର ରଫଲ୍ ଶାଢିରେ ୱେଷ୍ଟର୍ଣ୍ଣ ସାଙ୍ଗକୁ ଦେଶୀ ଲୁକ୍ରେ ନଜର ଆସିଛନ୍ତି। ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରି ଗହଣା ପିନ୍ଧିଛନ୍ତି । ଏଥିପାଇଁ ତାଙ୍କ ଲୁକ ଏକ ରାଜକୀୟ ସ୍ପର୍ଶ ଦେଉଛି। ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି।
ଦୀପିକାଙ୍କ ଏହି ଆଉଟ୍ଫିଟ୍କୁ ପ୍ରସିଦ୍ଧ ଡିଜାଇନର ଅବୁ-ଜାନି-ସନ୍ଦୀପ୍ ଖୋସଲା ଡିଜାଇନ୍ ଦେଇଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଦୀପିକାଙ୍କ ଇଣ୍ଡୋ-ୱେଷ୍ଟର୍ଣ୍ଣରୁ ୱେଷ୍ଟର୍ଣ୍ଣ-ଇଣ୍ଡୋ ପର୍ୟ୍ୟନ୍ତ ସମସ୍ତ ପ୍ରକାରର ଲୁକ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି।
କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ବଲିଉଡର ଅନେକ ନାମୀଦାମୀ ସେଲେବ୍ରିଟି ଭାଗ ନେଇଥିଲେ। ଚଳିତ ଥର ଏହି ଫିଲ୍ମ ଫେଷ୍ଟିଭାଲ୍ରେ ଜୁରୀ ସଦସ୍ୟ ହେବା ସୁଯୋଗ ପାଇଥିଲେ ଦୀପିକା। ତେବେ ଏଥିରେ ଭାଗ ନେଇଥିବା ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ତାଙ୍କ ଷ୍ଟାଇଲ୍ ଥିଲା ପୁରା ଭିନ୍ନ। ସେ ନିଜ ଲୁକ୍ ଓ ଷ୍ଟାଲ୍ ଷ୍ଟେଟ୍ମେଣ୍ଟରେ ଲୋକଙ୍କ କରିଥିଲେ ଘାଏଲ।




admin 