ଲକ୍ଷ୍ମୀପୁର ହିଂସାକାଣ୍ଡ: କେନ୍ଦ୍ର ମନ୍ତ୍ରୀ ଓ ପୁଅଙ୍କ ନାଁରେ ଏତଲା
ଲକ୍ଷ୍ମୀପୁର ହିଂସାକାଣ୍ଡ: କେନ୍ଦ୍ର ମନ୍ତ୍ରୀ ଓ ପୁଅଙ୍କ ନାଁରେ ଏତଲା
ଲକ୍ଷ୍ନୌ: ଚାଷୀ ଆନ୍ଦୋଳନବେଳେ ସଂଘଠିତ ହିଂସାକାଣ୍ଡ ନେଇ ଉଠୁଛି ପଡୁଛି ଉତ୍ତର ପ୍ରଦେଶ। ରାଜନୀତି ତେଜିଛି। ସବୁ ରାଜନୈତିକ ଦଳ ସରକାରଙ୍କୁ ଘେରିଛନ୍ତି। ଚାଷୀଙ୍କ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁଲିସ୍ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ନାଁରେ ଏଫଆଇଆର କରିଛି। ଆଶିଷ ଓ ତାଙ୍କ ସହଯୋଗୀମାନଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିବା ଜଣାପଡ଼ିଛି।
ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଆଶିଷ ଗାଡ଼ି ମଡ଼ାଇ ଦେଇଥିଲେ। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷର ବହ୍ନି ଜଳିବା ଆରମ୍ଭ ହୋଇଛି। ଏହି ହିଂସାକାଣ୍ଡ ଘଟଣାରେ ୪ ଚାଷୀଙ୍କ ବ୍ୟତୀତ ଆଉ ୪ ଜଣ ସାଧାରଣ ଲୋକଙ୍କ ମଧ୍ୟ ଜୀବନ ଯାଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଚାଷୀଙ୍କୁ ଭେଟିବାକୁ ଯାଉଥିବାବେଳେ ପୁଲିସ ତାଙ୍କୁ ଅଟକ ରଖିଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ବି ପୁଲିସ ଅନୁମତି ନ ଦେବାରୁ ସେ ସମର୍ଥକଙ୍କ ସହ ନିଜ ଘର ଆଗରେ ଧାରଣରେ ବସିଛନ୍ତି। ପୁଲିସ ଗାଡିକୁ ଉତ୍ୟକ୍ତ ଲୋକେ ଜାଳି ଦେଇଛନ୍ତି।




admin 