ଲମ୍ପି ପଞ୍ଝାରେ ଗୋରୁ ଗାଈ, ପ୍ରାଣୀ ସମ୍ପଦ ବିଭାଗର ସତର୍କ ସୂଚନା ଜାରି
ଲମ୍ପି ପଞ୍ଝାରେ ଗୋରୁ ଗାଈ, ପ୍ରାଣୀ ସମ୍ପଦ ବିଭାଗର ସତର୍କ ସୂଚନା ଜାରି
ଭୁବନେଶ୍ୱର : ଲମ୍ପି ଭାଇରସ୍ କବଳରେ ଗୋରୁ ଗାଈ । ଏହି ଗୃହପାଳିତ ପ୍ରାଣୀଙ୍କ ଉପରକୁ ମାଡି ଆସିଛି ଲମ୍ପି ଭାଇରସ୍ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି ଭାଇରସ୍ । ଲମ୍ପି ପଞ୍ଝାରେ କବଳିତ ହୋଇ ସାରିଲାଣି ଦେଶର ୮ଟି ରାଜ୍ୟ ।
ବିଶେଷ କରି ମଇଁଷିଙ୍କ ଦେହରେ ଦେଖାଦେଉଛି ଏହି ଲମ୍ପି ଚର୍ମ ରୋଗ । ଗୋଟିଏ ପରେ ଗୋଟିଏ ରାଜ୍ୟର ଗୋରୁ ଗାଈ ଏହି ରୋଗ ଦ୍ୱାରା କବଳିତ ହେବା ପରେ ତପôର ହୋଇ ଉଠିଛନ୍ତି ରାଜ୍ୟ ସରକାର । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ବାଲେଶ୍ୱର, ଝାରସୁଗୁଡା, ଗଞ୍ଜାମ ସମେତ ୧୪ ଜିଲ୍ଲାକୁ ପ୍ରାଣୀ ସମ୍ପଦ ବିଭାଗ ସତର୍କ ସୂଚନା ଜାରି କରିଛି । ବିଶେଷ ଭାବେ ସୀମାନ୍ତ ଜିଲ୍ଲାର ବ୍ଲକ ଗୁଡିକ ଉପରେ ଖାସ ନଜର ରଖାଯାଇଛି । ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ମଧ୍ୟ କଡା କଟକଣା ଲଗାଇଛି ରାଜ୍ୟ ସରକାରଙ୍କ ମସô୍ୟ ଓ ପଶୁ ସମ୍ପଦ ବିଭାଗ ।
ଲମ୍ପି ଭାଇରସ୍କୁ ନିୟନ୍ତ୍ରଣକୁ ଆଣିବାକୁ ଏବେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ସ୍କାନରରେ ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟତଃ ସୀମାନ୍ତ ଜିଲ୍ଲା, ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଗୋ-ମଇଁଷି ପରିବହନ ଉପରେ କଟକଣା ଲଗାଯିବା ସହ ଔଷଧ ମହଜୁଦ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି ।




admin 