ଲମ୍ପି ଭାଇରସର ଲକ୍ଷଣ

ଲମ୍ପି ଭାଇରସର ଲକ୍ଷଣ

ଲମ୍ପି ଭାଇରସର ଲକ୍ଷଣ

ଭୁବନେଶ୍ୱର : ଲମ୍ପି ଭାଇରସ୍‌ କବଳରେ  ଗୋରୁ ଗାଈ  । ଏହି ଗୃହପାଳିତ ପ୍ରାଣୀଙ୍କ  ଉପରକୁ ମାଡି ଆସିଛି ଲମ୍ପି ଭାଇରସ୍‌  । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି ଭାଇରସ୍‌ । ମଶା ଓ ଟିଙ୍କ ଦ୍ୱାରା ଏହି ରୋଗ ଗୋଟିଏ ପଶୁଠାରୁ ଅନ୍ୟକୁ ବ୍ୟାପିଥାଏ  । ରୋଗରେ ଆକ୍ରାନ୍ତ ଗାଈଗୋରୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପିଥାଏ  ।  ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଇ ଦୁହିଁଲେ ଏହି ରୋଗ ବ୍ୟାପୁଥିବା ପ୍ରାଣୀ ଚିକିଶ୍ଚକଙ୍କ ମତ  ।  ତେଣୁ ଗାଇ ଖିର ଖାଉଥିଲେ  କ୍ଷୀରକୁ ଭଲ ଭାବରେ ଗରମ କରି ଖାଇବା ପାଇଁ  ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ  ।

ଲକ୍ଷଣ : 

ଏହି ରୋଗ ହେଲେ  ପ୍ରଥମେ ଗୋରୁଗାଈଙ୍କୁ ଜ୍ୱର ହେବ  । ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ  । ନିମୋନିଆ ହେବା ସହ ଲଙ୍ଗସ୍‌ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦିଏ  । ଫଳରେ ଗୋରୁଗାଇ ଖାଇବା ବନ୍ଦ କରି ଦେଇଥାନ୍ତି  ।  ଏପରକି ଆସନ୍ନ ପ୍ରସବା ଗାଈର ଛୁଆ ବାହାରିଯାଏ  । କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ  । ଯଦି  ଗାଈ ଥରେ ଏହି ରୋଗରେ ଆକ୍ରାନ୍ତ ହୁଏ, ତେବେ ବହୁ ଦିନ ଯାଏ ଛୁଆ ଜନ୍ମ କରିପାରିବେ ନାହିଁ  । ପ୍ରତିକାର ପାଇଁ ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ  । ଏଥିସହ ଗାଈ ଗୁହାଳରେ ସୋଡିୟମ ହାଇପ୍ରୋ କ୍‌ଲୋରାଇଡ଼ ସ୍ପ୍‌ରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ   ।