ଶବକୁ ମିଳୁନି ସମ୍ମାନ

ଶବକୁ ମିଳୁନି ସମ୍ମାନ

ଶବକୁ ମିଳୁନି ସମ୍ମାନ
କଟକ : କୋଭିଡ ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କୋଭିଡ ମୁକାବିଲାରେ ସଫଳତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଦେହାନ୍ତ ପରେ କରୋନା ଆକ୍ରାନ୍ତଙ୍କ ଶବଦାହ ନିମନ୍ତେ କାଠ ମିଳୁନଥିବା ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏକ ଭିଡିଓ ସେୟାର କରିଛନ୍ତି । ଏପରି ଘଟଣା ରାଜ୍ୟର କୌଣସି ଉପାନ୍ତ ଜିଲ୍ଲାରେ ନୁହେଁ ବରଂ ଟ୍ୱିନ ସିଟି କଟକର କାଳିଆବୁଦା ଶ୍ମସାନରେ ଦେଖିବାକୁ ମିଳିଛି । ୨୪ରୁ ୪୮ ଘଣ୍ଟା ଧରି ଶବ ଗୁଡିକ ଶ୍ମସାନରେ ପଡି ରହିଥିଲେ ମଧ୍ୟ କାଠ ଅଭାବରୁ ଏହାର ସକ୍ରାର କରାଯାଇ ପାରୁନାହିଁ । ପରିବାର ଲୋକଙ୍କୁ ମଧ୍ୟ ଶବ ହସ୍ତାନ୍ତର କରାଯାଉ ନାହିଁ ଏବଂ କାଠ ଗୋଲାରେ ବକେୟା ଅର୍ଥରାଶି ପୈଠ କରାଯାଇନଥିବାରୁ କାଠ ମଧ୍ୟ ମିଳୁ ନାହିଁ । ଏହା ଫଳରେ କୋଭିଡ ମୃତକଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀ ଚୌଧୁରୀ ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରେ ଶବ ପଡି ରହିଥିବା ନେଇ ଏକ ଭିଡିଓ ସେୟାର କରିଥିଲେ । ଉକ୍ତ ଭିଡିଓରେ ରାଜ୍ୟରେ କରୋନା ଚିକିତ୍ସାରେ ରହିଥିବା ଅବ୍ୟବସ୍ଥା ସମସ୍ତଙ୍କ ସମ୍ମୁଖକୁ ଆସିଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଏସସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମେଡିକାଲ କଲେଜ ପକ୍ଷରୁ ଏକ ତିନି ଜଣିଆ କମିଟି ଗଠନ କରାଯାଇ ମାମଲାର ତଦନ୍ତ କରାଯାଇଥିଲା ।