ଶ୍ରୀ ଲୋକନାଥ ଦେବଙ୍କ ପୀଠ ରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଦ୍ବିପ

ଶ୍ରୀ ଲୋକନାଥ ଦେବଙ୍କ ପୀଠ ରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଦ୍ବିପ

ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପବିତ୍ର ପୀଠରେ ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରେ ପ୍ରଜ୍ବଳିତ ହୋଇଛି ପଞ୍ଚଦଶ ତମ ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ଵୀପ ।ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଦ୍ଵୀପ ଆସି ଏହି ବୃହତ୍ ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା । ଉତ୍ସବରେ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଏବଂ ଅତିରିକ୍ତ ଏସ ପି ସୁଶିଲ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦିପ ପ୍ରଜ୍ବଳନ କରିଥିଲେ। ପୂର୍ବରୁ ଏହି ବୃହତ୍ ଦ୍ଵୀପ ମାଟିରେ ପ୍ରସ୍ତୁତ କରାଯାଉଥିବା ବେଳେ ଗତବର୍ଷ ଠାରୁ ଅଷ୍ଟଧାତୁରେ ନିର୍ମିତ ହୋଇଛି। ପ୍ରାୟ ୬ ଫୁଟ ଲମ୍ବ,୪ ଫୁଟ ଓସାର ଏବଂ ୩ ଫୁଟ ଗଭୀର ଏହି ଦ୍ଵୀପରେ ଏକାଥରେ ଦେଢ଼ କୁଇଣ୍ଟ।ଲ ଭଲ ଘିଅ ଜଳା ଯିବ। ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ମହାଶିବରାତ୍ରି ଜାଗର ଦିନ ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବା। ୬ଇଞ୍ଚ ଚଉଡ଼ା ଏବଂ ୧୦ ମିଟର ଲମ୍ବ ବଳିତା ଏହି ଦ୍ଵୀପରେ ବ୍ୟବହାର କରାଯାଇଛି । ବିଶ୍ଵଶାନ୍ତି ତଥା ଜଗତ କଲ୍ୟାଣ ପାଇଁ ଏହି ଦ୍ଵିପ ପ୍ରତ୍ୟେକ ବର୍ଷ ଶ୍ରୀ ଲୋକନାଥଙ୍କ ପୀଠ ରେ ପ୍ରଜ୍ବଳନ କରାଯାଉଥିବା ଉଦ୍ଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି ।