ଶାହରୁଖଙ୍କ ଘରେ ସଲମାନ
ଶାହରୁଖଙ୍କ ଘରେ ସଲମାନ
ମୁମ୍ବାଇ : ଶାହରୁଖ ଖାନଙ୍କ ସଙ୍କଟବେଳେ ସାଥ ଦେଇଛନ୍ତି ସଲମାନ ଖାନ। ରବିବାର ବିଳମ୍ବିତ ରାତିରେ ମନ୍ନତରେ ପହଞ୍ଚିଲେ ସଲମାନ। ବଲିଉଡ୍ର ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ରେଭ୍ ପାର୍ଟିରେ ସାମିଲ ଥାଇ ଏନସିବି ଦ୍ୱାରା ଗିରଫ ହୋଇଛନ୍ତି।
ପୁଅ ଆର୍ଯ୍ୟନ ଗିରଫ ଖବର ଶୁଣି ଅପ୍କମିଙ୍ଗ ମୁଭି ‘ପଠାନ୍’ର ସୁଟିଂ ଅଧାରୁ ଛାଡ଼ି ସ୍ପେନରୁ ଫେରି ଆସିଛନ୍ତି ଶାହରୁଖ, ଏହି ବିପଦ ସମୟରେ ସାଥ ଦେବାକୁ ସଲମାନ ଶାହରୁଖଙ୍କ ଘର ମନ୍ନତରେ ପହଞ୍ଚିଥିଲେ ଗତକାଲି ବିଳମ୍ବିତ ରାତିରେ। ସାନ୍ତ୍ୱନା ଦେବା ସହ ସବୁ ସହାୟତା ଦେବାକୁ କଥା ଦେଇଥିଲେ।
ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ସଲମାନ ମନ୍ନତ ବାହାରେ ସ୍ପଟ ହୋଇଥିବା ବେଳେ ତାଙ୍କୁ ଫଟୋଗ୍ରାଫରମାନେ ଘେରି ଯାଇଥିଲେ। ଏହାଦେଖି ନିଜ ରେଞ୍ଜ ରୋଭରର ଫ୍ରଣ୍ଟ ସିଟ୍ରେ ବସିଥିବା ସଲମାନ ଫଟୋଗ୍ରାଫରଙ୍କୁ ରାସ୍ତା ଛାଡ଼ିବାକୁ ଇସାରା କରିଥିଲେ। ସଲମାନ ଶାହାରୁଖଙ୍କ ଘରେ ପହଞ୍ଚିବାର ଭିଡିଓ ସାମ୍ନାକୁ ଆସିଛି। ବଲିଉଡରେ ଅନେକ ଅଭିନେତା ଶାହରୁଖଙ୍କ ସମର୍ଥନରେ ବାହାରିଛନ୍ତି। ହେଲେ କଙ୍ଗନା ରଣାୱତ ଏହାକୁ ପ୍ରସଙ୍ଗ କରି ଜୟା ବଚନଙ୍କୁ ଟାର୍ଗେଟ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମାମଲାବେଳେ ବିଜେପି ସଦସ୍ୟ ରବି କିଷାନ ବଲିଉଡ ବିରୋଧରେ ବର୍ଷିଥିବାବେଳେ ଏହାର ସମାଲୋଚନା କରିଥିଲେ ଜୟା।




admin 