ଶିବାଜୀ ପାର୍କରେ ସନ୍ଧ୍ୟା ୬ଟା ୩୦ରେ ଲତାଙ୍କ ଅନ୍ତିମ ସଂସ୍କାର
ଶିବାଜୀ ପାର୍କରେ ସନ୍ଧ୍ୟା ୬ଟା ୩୦ରେ ଲତାଙ୍କ ଅନ୍ତିମ ସଂସ୍କାର
ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ପରଲୋକରେ ପୂରା ଦେଶ ସ୍ତବ୍ଧ। ସମଗ୍ର ଦେଶରେ ଖେଳି ଯାଇଛି ଶୋକର ଲହରି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି। ଆଜି ସନ୍ଧ୍ୟା ୬ଟା ୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମୁମ୍ବାଇ ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟାହ୍ନ ୧୨ଟାରେ ତାଙ୍କ ବାସ ଭବନରେ ଅନ୍ତିମ ଦର୍ଶନ ଲାଗି ପ୍ରାର୍ଥିବ ଶରୀର ରଖାଯିବ। ଲତା ଜୀଙ୍କ ବିୟୋଗରେ କେନ୍ଦ୍ର ସରକାର ଦୁଇ ଦୁନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।




admin 