ଶେଷରେ ରକ୍ତ ଦେଲେ ଡାକ୍ତର
ଶେଷରେ ରକ୍ତ ଦେଲେ ଡାକ୍ତର
ବାଲିଗୁଡା: ଏବେବି ବଞ୍ଚିଛି ମାନବିକତା । ଆସନ୍ନ ପ୍ରସବାଙ୍କ ପାଇଁ ଖୋଜା ପଡିଲା ରକ୍ତ । ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପର ରକ୍ତ ମହଜୁଦ ନଥିଲା । ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ୱେ ବି ବିଫଳ ହେଲେ । ଶେଷରେ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି ।
ସୂଚନା ଅନୁସାରେ, ତୁମୁଡିବନ୍ଧ ବ୍ଲକ ସିର୍ଲ୍ଲା ପଂଚାୟତର ଜିସେୟ ପାଟମାଝୀଙ୍କ ପତ୍ନୀ ସସ୍ମିତା ମାଝୀ ପ୍ରସବ ପାଇଁ ବାଲିଗୁଡା ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଶରୀରରେ ରକ୍ତ କମ୍ ଯୋଗୁଁ ପ୍ରସୂତିଙ୍କ ଚିକିସôା ଓ ଅସ୍ତ୍ରୋପଚାରରେ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥିଲା । ଚିକିସôା କରୁଥିବା ଡାକ୍ତର ବିଜୟ କୁମାର ସୁର ତୁରନ୍ତ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଗରିବ ଓ ଅସହାୟ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ କରିପାରିନଥିଲେ। ଏକଥା ଡାକ୍ତରଖାନାରେ ଉପସ୍ଥିତ ଅନ୍ୟତମ ଡାକ୍ତର ସୁନିଲ କୁମାର ବେହେରା ଶୁଣି ପହଞ୍ଚି ନିଜ ରକ୍ତ ଗ୍ରୁପ ଆବଶ୍ୟକ ଥିବା ଜାଣି ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ରକ୍ତଦାନ କରିବା ପରେ ଗର୍ଭବତୀଙ୍କୁ ରକ୍ତ ଦିଆଯାଇ ଅସ୍ତ୍ରୋପଚାର ଓ ପ୍ରସବ କରାଯାଇଥିଲା । ବର୍ତ୍ତମାନ ଉଭୟ ପ୍ରସୂତି ମହିଳା ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି ।




admin 