ଶେଷ ନିଶ୍ୱାସ ତ୍ୟାଗ କଲେ ପାରଳା ଗଜପତି

ଶେଷ ନିଶ୍ୱାସ ତ୍ୟାଗ କଲେ ପାରଳା ଗଜପତି

ଶେଷ ନିଶ୍ୱାସ ତ୍ୟାଗ କଲେ ପାରଳା ଗଜପତି
ଭୁବନେଶ୍ୱର - ପାରଳା ଗଜପତି ଗୋପୀନାଥ ଦେବଙ୍କର ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଜି ଭୋର ୪ଟାରେ ଏକ ଘରୋଇ ହସପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୩ରେ ଜନ୍ମିତ ଗୋପୀନାଥ ଗଜପତି ଚେନ୍ନାଇରେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟ କରିଥିଲେ । ୧୯୭୪ରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦେହାନ୍ତ ପରେ ସେ ସିଂହାସନ ଆରୋହଣ କରିଥିଲେ । ପରେ ସେ ରାଜନୀତିରେ ଯୋଗଦେବା ସହ ବ୍ରହ୍ମପୁରରୁ ଦୁଇଥର ସାଂସଦ ହୋଇଥିଲେ । ତେବେ ତାଙ୍କର ହୃଦରୋଗ ଥିବାରୁ ସେ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ୩ ବର୍ଷ ଧରି ଚେନ୍ନାଇରେ ଚିକିତ୍ସିତ ହେବା ପରେ ତାଙ୍କର ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା । ଏଠାରେ ସୂଚାଇ ଦିଆଯାଇପାରେଯେ, ପାରଳା ମହାରାଜଙ୍କ ମ୍ୟାନେଜର ତାଙ୍କୁ ବନ୍ଦୀ ରଖିଥିବା ଅଭିଯୋଗ ଆସିଥିଲା । ଏମିତିକି ମ୍ୟାନେଜର ପାରଳା ମହାରାଜଙ୍କୁ ଦେଖା କରିବାକୁ ତାଙ୍କ ପରିବାରର ଲୋକମାନଙ୍କୁ ବି ସୁଯୋଗ ଦେଇନଥିଲେ । ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ ସାଧାରଣ ଲୋକମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ । ଆନେ୍ଦାଳନ ତୀବ୍ରତର ହେବା ପରେ ମ୍ୟାନେଜରଙ୍କ ସମେତ ତାଙ୍କ ପରିବାର ବର୍ଗ ଆତ୍ମହତ୍ୟା କରିଥିଲେ ।