ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ହେବନି, ବିରୋଧୀଙ୍କୁ ଝଟ୍କା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ହେବନି, ବିରୋଧୀଙ୍କୁ ଝଟ୍କା
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବିରୋଧ କରୁଥିବା ବିରୋଧୀଙ୍କୁ ଝଟ୍କା ଲାଗିଛି। ଏହାକୁ ବନ୍ଦ କରିବା ପାଇଁ ଦୁଇଜଣ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ କରି ଲିଭ ପିଟିସନ ଖାରଜ କରିବା ସହ ଆହୁରି ଏକ ବଡ଼ ଦଣ୍ଡ ଦେଇଛନ୍ତି । ଆବେଦନକାରୀ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ହେବନାହିଁ । ଏହି ପ୍ରକଳ୍ପ ବନ୍ଦକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିବାବେଳେ ଏହାକୁ ରଦ୍ଦ କରିଦିଆଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଉପରେ ବିପଦ ରହିଛି । ଐତିହ୍ୟ ବି ନଷ୍ଟ ହେଉଛି । ଧାର୍ମିକ ପୀଠ ପର୍ୟ୍ୟଟନ କ୍ଷେତ୍ରରେ ପରିଣତ ହେଉଛି । ଆଧ୍ୟାତ୍ମିକତା ଉପରେ ବି ପ୍ରଶ୍ନ ଉଠୁଛି । ଏହି ପ୍ରକଳ୍ପକୁ ଏଏସଆଇ ଅନୁମତି ଦେଇନାହିଁ । ତେଣୁ ଏହାକୁ ବନ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିସନ ଦିଆଯାଇଥିଲା । ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀବେଳେ ଭକ୍ତଙ୍କ ପାଇଁ ଏଭଳି ସୁବିଧା କରାଯାଉଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଆଡ଼ଭୋକେଟ ଜେନେରାଲ ନିଜେ ଏହି ମାମଲା ପରିଚାଳନା କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣୀ କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ । ଆଜି ସୁପ୍ରିମକୋର୍ଟ ଏନେଇ ରାୟ ପ୍ରକାଶ କରିଥିଲେ । ଲିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।




admin 