ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା ଗୋଟିଏ ଭୋଟ, କେଉଁଠି ଜାଣନ୍ତୁ
ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା ଗୋଟିଏ ଭୋଟ, କେଉଁଠି ଜାଣନ୍ତୁ
ଗୁଜରାଟ: ଗୁଜୁରାଟର ଭାପି ଜିଲ୍ଲାର ଜଣେ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ କେବଳ ଗୋଟିଏ ଭୋଟ ପାଇଛନ୍ତି । ଭୋଟ୍ଟି ସେ ନିଜେ ହିଁ ଦେଇଛନ୍ତି। ଭାପି ଜିଲ୍ଲାର ଚାରୱାଲା ଗ୍ରାମରେ ସରପଞ୍ଚ ପଦ ପାଇଁ ସନ୍ତୋଷ ହାଲପତି ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ପରି ବାରରେ ପତ୍ନୀଙ୍କ ସମେତ ୧୨ ଜଣ ସଦସ୍ୟ ଅଛନ୍ତି । ସେ ଭାବିଥିଲେ ପରିବାର ଲୋକ ତାଙ୍କ ସପକ୍ଷରେ ଭୋଟ ଦେବେ । ହେଲେ ସେ କେବଳ ଗୋଟିଏ ଭୋଟ ପାଇଛନ୍ତି । ସେହି ଭୋଟଟି ତାଙ୍କ ନିଜର । ଏକଥା ଜଣାପଡ଼ିବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ହାଲପତି କହିଛନ୍ତି, ନିର୍ବାଚନରେ ହାରି ଯାଇଥିବାରୁ ତାଙ୍କର ଦୁଃଖ ନାହିଁ କିନ୍ତୁ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟମାନେ ବି ତାଙ୍କୁ ଭୋଟ ଦେଇନଥିବାରୁ ସେ ମର୍ମାହତ ।




admin 