ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରବିବାର ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ୬୯୪୪ ଜଣ ସାମ୍ବାଦିକ ଉପକୃତ ହେବେ । ପ୍ରକାଶ ଯେ, କରୋନା ମହାମାରୀରେ ଗତ କିଛି ଦିନ ହେଲା ରାଜ୍ୟରେ ବହୁ ସାମ୍ବାଦିକଙ୍କ ମୃତୁ୍ୟ ହୋଇଛି । ଯାହାକୁ ନେଇ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ହୋଇଆସୁଥିଲା ।