ସିଏଏକୁ ବାରିପଦାରେ ବିରୋଧ
ସିଏଏକୁ ବାରିପଦାରେ ବିରୋଧ
admin
Dec 21, 2019 - 01:09
Updated: Dec 21, 2019 - 01:09
ବାରିପଦା(ଦିଲ୍ଲିପ ମହାନ୍ତି)- ଜାତି, ଧର୍ମ ନିର୍ବିଶେଷରେ ଆମେ ସବୁ ଭାରତୀୟ ଏବଂ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ସମ୍ବିଧାନକୁ ବଦଳାଇବାକୁ ଯେଉଁ ହୀନ ଚକ୍ରାନ୍ତ ଆରମ୍ଭ କରିଛନ୍ତି ତାହାକୁ ବିରୋଧ କରଇଛନ୍ତି ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଜନସାଧାରଣ । ଯେଉଁଥି ପାଇଁ ଆଜି ସାରା ଦେଶରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବାକୁ ମଧ୍ୟ ପଛାଇ ନାହିଁ । ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଇନ ସମଗ୍ର ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ସେଥିରେ ତିଳ ହେଲେ ସନ୍ଦେହ ନାହିଁ । ତେବେ କେନ୍ଦ୍ର ସରକାର ସମ୍ବିଧାନର ବିପକ୍ଷରେ ଯାଇ ଧାରା ୧୪, ୧୫.୨୧, ୨୫ ଓ ୨୬ କୁ ସମ୍ପୂର୍ଣ୍ଣ ରପେ ବିରୋଧ ସତ୍ତ୍ୱେ ପ୍ରଣୟଣ କରିଥିବାରୁ ଏହାକୁ ଦୃଢ଼ ହସ୍ତରେ ବିରୋଧ କରିବା ସହ କୁଚକ୍ରାନ୍ତକୁ ରୋକିବାକୁ ସମସ୍ତ ଜନସାଧାରଣ ଆଗେଇ ଆସି ସହଯୋଗର ହାତ ବଢ଼ାଇବାକୁ ନିବେଦନ ଜଣାଇଛନ୍ତି ।