ସୁନା, ରୁପା ଦରରେ ଲମ୍ବା ଡିଆଁ

ସୁନା, ରୁପା ଦରରେ ଲମ୍ବା ଡିଆଁ

ସୁନା, ରୁପା ଦରରେ ଲମ୍ବା ଡିଆଁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାକୁ ନେଇ ବିଶ୍ୱରେ ସାମରିକ ଓ ରାନୈତିକ ଉତ୍ତେଜନା ଦେଖାଦେଇଛି । ଏହାର ପ୍ରଭାବ ସୁନା, ରୁପା ବଜାର ଉପରେ ପଡିଛି । ସୁନା, ରୁପା ଦର ଦେଶରେ ବଢିବାରେ ଲାଗିଛି । 

ଚଳିତ ସପ୍ତାହରେ ସୁନା ୫୨ହଜାର ଏବଂ ରୁପା ୬୮ହଜାର ଟଙ୍କା ନିକଟବର୍ତ୍ତୀ ହୋଇଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆରସୋସିଏସନ୍ ୱେବସାଇଟ ଅନୁଯାୟୀ, ଚଳିତ ସ୍ତାହରେ ସୁନା ଦର ୧୦ଗ୍ରାମ ପିଛା ୮୯୪ ଟଙ୍କା ବୃଦ୍ଧି ପାଇଛି । ଗତମାସ ୨୮ ତରିଖରେ ୨୪କ୍ୟାରେଟ ବିଶିଷ୍ଟ ୧୦ଗ୍ରାମ ସୁନା ମୂଲ୍ୟ ୫୦ହଜାର ୮୯୦ ଟଙ୍କା ରହିଥିଲା । କିନ୍ତୁ ବର୍ତ୍ତମାନ ଏହା ୫୧ହଜାର ୭୮୪ ଟଙ୍କାର ପହଞ୍ଚିଛି । ସପ୍ତାହ ଆରମ୍ଭରେ ରୁପା ଦାମ୍ ୬୫ହଜାର ୩୫୪ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୬୭ହଜାର ୯୩୧ ଟଙ୍କାରେ ପହଞ୍ଚିଛି ।