ସୁସ୍ଥ ହୋଇ ଫେରିଲେ ନୀଳଗିରି ବିଧାୟକ

ସୁସ୍ଥ ହୋଇ ଫେରିଲେ ନୀଳଗିରି ବିଧାୟକ

ସୁସ୍ଥ ହୋଇ ଫେରିଲେ ନୀଳଗିରି ବିଧାୟକ
ନୀଳଗିରି: କରୋନାରେ ଆକ୍ରାନ୍ତ ହୋଇଥିବା ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଫେରିଛନ୍ତି । ତାଙ୍କ ସହଯୋଗୀ ବିଜେପି ନେତା ଗଙ୍ଗାଧର ମିଶ୍ର ମଧ୍ୟ ସୁସ୍ଥ ହୋଇଛନ୍ତି । ଜୁଲାଇ ୪ ତାରିଖ ନୀଳଗିରି ବିଧାୟକ ଶ୍ରୀ ନାୟକ ଅସୁସ୍ଥ ଅନୁଭବ କରି ସ୍ୱାବ ପରୀକ୍ଷା କରାଇଥିଲେ । ୬ ତାରିଖରେ କରୋନା ପଜିଟିଭ ଆସିବା ପରେ ବାଲେଶ୍ୱର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀରେ ହୋମ କ୍ୱାରେଣ୍ଟାଇନରେ ରହି ସ୍ୱାବ ପରୀକ୍ଷା ପରେ ନେଗେଟିଭ ଆସିଥିଲା । ବିଧାୟକ ସୁସ୍ଥ ହୋଇ ଫେରିବା ପରେ ନୀଳଗିରି ବିଜେପି କାର୍ଯ୍ୟାଳୟରେ ଅଛନ୍ତି । ଆହୁରି ୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ଏଠାରେ ରହି ନୀଳଗିରି ଜନସାଧାରଣଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି ।